ଜାନୁଆରୀ ୩ରେ ଖୋଲିବ ବାବା ଆଖଣ୍ଡଳମଣି ମନ୍ଦିର, ଲାଗୁ ରହିବ କୋଭିଡ୍ କଟକଣା

Published By : Prameya-News7 Bureau | December 21, 2020 IST

ଭଦ୍ରକ ୨୧।୧୨ : କୋଭିଡ଼ କଟକଣା ମଧ୍ୟରେ ଜାନୁଆରୀ ୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ।  ଦର୍ଶନ ପାଇଁ ସ୍ୱତନ୍ତ୍ର ତାରିଖ ନିର୍ଦ୍ଧାରଣ କଲା ପ୍ରଶାସନ । ନୂଆ ବର୍ଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ।  ଭଦ୍ରକ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠରେ ସାଧାରଣ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲିବାକୁ ଯାଉଛି।

ଡିସେମ୍ବର ୨୮ ଓ ୨୯ ତାରିଖରେ ସେବାୟତଙ୍କ ସମେତ ତାଙ୍କ ପରିବାର ଦର୍ଶନ କରିପାରିବେ। ଡିସେମ୍ବର ୩୦ ଓ ୩୧ ତାରିଖରେ ଆଖପାଖ  ପଞ୍ଚାୟତ ଆରଡି, ଓଳଗ, ସୁନ୍ଦରପୁର , ନାନ୍ଦପୁର ଓ ସ୍ଥାନୀୟ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ। ଜାନୁଆରୀ ୧ ଓ ୨ରେ ମନ୍ଦିର ବନ୍ଦ କରିବା ଥିବା ବେଳେ ଜାନୁଆରୀ ୩ ତାରିଖ ଠାରୁ କୋଭିଡ କଟକଣା ମଧ୍ୟରେ ସାଧାରଣରେ ବାବାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ତେବେ ଜିଲ୍ଲାର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଜାନୁଆରୀ ମାସ ୩ ତାରିଖରୁ କୋଭିଡ଼ କଟକଣା ମଧ୍ୟରେ ଖୋଲିବା ସହ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସେହି ପରି ଜାନୁଆରୀ ୩ ତାରିଖରୁ ଜଗତସିଂହପୁର କୋଭିଡ କଟକଣା ପାଳନ ମଧ୍ୟରେ ଜାନୁଆରୀ ୩ ତାରିଖରୁ ମା ଶାରଳା ଓ ଗୋରେଖନାଥ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ହୋଇଛି । ହେଲେ ମକର ସଂକ୍ରାନ୍ତି ଦିନ ଉଭୟ ମନ୍ଦିର ବନ୍ଦ ରହିବା ପାଇଁ ନିଷ୍ପତ୍ତି  ହୋଇଛି । ପ୍ରତିଦିନ ସକାଳ ୮ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ୫୦୦ ଭକ୍ତଙ୍କ ଦର୍ଶନ ଅନୁମତି ରହିଛି। ୬୫ ବର୍ଷରୁ ଉର୍ଦ୍ଧ୍ଵ ଓ ୧୦ ବର୍ଷରୁ କମ ବୟସ୍କଙ୍କୁ ଦର୍ଶନ ସୁଯୋଗ ମନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.