ମିଳିଲାନି ସହାୟତା, ଏବେ ଜିଲ୍ଲାପାଳଙ୍କୁ ଭିକ୍ଷା ମାଗିଲେ ବାବା ଆଖଣ୍ଡଳମଣୀଙ୍କ ସେବାୟତ

Published By : Prameya-News7 Bureau | June 01, 2021 IST

ଭଦ୍ରକ ୧।୬: କରୋନା କବଳରୁ ମୁକ୍ତି ଦେବାକୁ ସରକାର ଘୋଷଣା କରିଛନ୍ତି ଲକଡାଉନ ଓ ସଟଡାଉନ । କରୋନା ଦ୍ବିତୀୟ ଲହର ଚାଲିଥିବା ବେଳେ ମନ୍ଦିର, ମସଜିଦରେ ତାଲା ଝୁଲୁଛି । ହେଲେ ପ୍ରଶାସନିକ ନିଷ୍ପତ୍ତି କ୍ରମେ ରୀତିନୀତି ଅନୁଯାଇ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠର ପୂଜକ ବା ସେବାୟତ ପୂଜାର୍ଚ୍ଚନା କରୁଛନ୍ତି । ଭକ୍ତ ବିନା ପୂଜା ପାଉଛନ୍ତି ଦେବାଦେବୀ ହେଲେ ପୂଜକ ପରିବାର ଜୀବିକାକୁ ନେଇ ଏବେ ଚିନ୍ତାରେ । ଏହିଭଳି ସମସ୍ୟାକୁ ନେଇ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୂଜକମାନେ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ବାବା ଆଖଣ୍ଡଳମଣୀଙ୍କ ନୀତିକାନ୍ତି ପାଇଁ ପ୍ରତ୍ୟକ ଦିନ ୧୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଏମିତି ସମୟରେ କୌଣସି ସହାୟତା ମଧ୍ୟ ମିଳୁନାହିଁ । ତେଣୁ ଆରଡି ମନ୍ଦିରର କେତେକ ସେବାୟତ ପୂର୍ବରୁ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଥିଲେ । କିନ୍ତୁ ସହଯୋଗ ନ ମିଳିବାରୁ ଏବେ କ୍ଷୋଭର ସହ ଜିଲ୍ଲା ପ୍ରଶାସନକୁ ଭିକ୍ଷା ମାଗିଛନ୍ତି । ସେବାୟତମାନେ କହିଛନ୍ତି ଯେ, ଆମ ସହାୟତା ମାଗିଲୁ ଦେଲେନାହିଁ, ଏବେ ଭିକ ମାଗୁଛୁ ଭିକ ଦିଅ । ନହେଲେ ଆଗାମୀ ଦିନରେ ଆମ ପରିବାର ଲୋକେ ଆସି ଭିକ ମାଗିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.