ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ବାଆଁରା ପଞ୍ଚାୟତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୪୮ଘଣ୍ଟା ସଟ୍ ଡାଉନ୍

Published By : Prameya-News7 Bureau | July 29, 2020 IST

ବାଙ୍କୀ ୨୯।୭: କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତକାଲି ବାଙ୍କୀ ବ୍ଲକ୍ ବାଆଁରା ପଞ୍ଚାୟତରୁ ଜଣେ ପ୍ରବାସୀ ଓଡିଆ ପ୍ରଥମ କରୋନା   ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ପଞ୍ଚାୟତକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି।

{"id":306942,"sizeSlug":"large"}

ବାଆଁରା ପଞ୍ଚାୟତକୁ ବେଙ୍ଗାଲୁରୁରୁ ଜଣେ ପ୍ରବାସୀ ଓଡିଆ ଆସି କ୍ବାରେଣ୍ଟାଇନ୍ ସେଣ୍ଟରରେ ୭ ଦିନ  ରହିବା ପରେ ତାଙ୍କର ସ୍ବାବ୍ ଟେଷ୍ଟ କରାଯାଇଥିଲା । ସ୍ବାବ୍ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ତାଙ୍କୁ ଘରକୁ ଛାଡି ଦିଆଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ବାବ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିବାକୁ ଦୃଷ୍ଟିରେ ରଖି ସରପଞ୍ଚ ଉକ୍ତ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

{"id":306943,"sizeSlug":"large"}

ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହିତ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି । ସଂପୃକ୍ତ ବ୍ୟକ୍ତିଙ୍କ ଘର ଲୋକଙ୍କୁ କ୍ବାରେଣ୍ଟ।ଇନରେ ରଖାଯିବା ସହ ଅନ୍ୟଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଯଥାଶୀଘ୍ର ଚିହ୍ନଟ କରାଯାଇ କ୍ବାରେଣ୍ଟ।ଇନ୍ ସେଣ୍ଟରରେ ରଖାଯିବା । ସମସ୍ତଙ୍କର ସ୍ବାବ୍ ଟେଷ୍ଟ କରାଯିବ । ଏଥିସହ ସ୍ଥାନୀୟ ଅଞ୍ଚଳକୁ ସାନିଟାଇଜ କରାଯାଇଛି ଏବଂ ପୁରା ପଞ୍ଚାୟତରେ ଥିବା ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି । ଏହିସମୟରେ କେହି ବାହାରେ ବୁଲାବୁଲି ନକରିବାକୁ ସରପଞ୍ଚ ସାହି ସାହି ବୁଲି ସଚେତନ କରାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.