Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ପ୍ରଭାସ ଚାହଁନ୍ତିନି ଅନୁଷ୍କା କରନ୍ତୁ ବିବାହ, ପ୍ରସ୍ତାବ ଭାଙ୍ଗିବାକୁ କରିଥିଲେ ଏଭଳି କାମ…

4/11/2021 at 2:36 PM

ନୂଆଦିଲ୍ଲୀ ୦୪।୧୧  : ମନୋରଞ୍ଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଅନ୍‌ସ୍କ୍ରିନ୍‌ କପଲ୍‌ ହେଲେ ଅନୁଷ୍କା ସେଟ୍ଟୀ ଓ ପ୍ରଭାସ। ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଏବଂ ଏହି ଫିଲ୍ମ ଗୁଡିକ ମଧ୍ୟ ହିଟ୍‌ ରହିଛି । ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତୁଥିବାରୁ ବାସ୍ତବ ଜୀବନରେ ବି ସେମାନେ ବିବାହ କରନ୍ତୁ ବୋଲି ପ୍ରଶଂସକ ଚାହାନ୍ତି। ଅନେକ ଥର ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥାଏ। ହେଲେ ସବୁଥର ସେମାନେ ପରସ୍ପରକୁ ଭଲ ବନ୍ଧୁ କହିଥାନ୍ତି। ତେବେ ବହୁତ କମ୍‌ ଲୋକ ଜାଣନ୍ତି ପ୍ରଭାସ ଅନୁଷ୍କାଙ୍କ ବିବାହକୁ ରୋକିବାକୁ ଚେଷ୍ଟା କରିଥିଲେ।

ଏହା ସାଧାରଣତଃ ବାହୁବଲୀର ଶୁଟିଂ ସମୟର ଘଟଣା। ସେତେବେଳେ ଅନୁଷ୍କାଙ୍କ ବିବାହ ପ୍ରସ୍ତୁତି ଜୋରଦାରଚାଲିଥିଲା। ସେତେବେଳେ ପ୍ରଭାସ ଅନୁଷ୍କାଙ୍କୁ ବିବାହ କରିବାକୁ ମନା କରିଥିଲେ। ଫିଲ୍ମର ଶୁଟିଂରେ ଧ୍ୟାନ ଦେବାକୁ କହିଥିଲେ। ଏହି କଥା ଶୁଣି ଅନୁଷ୍କା ବିବାହ କରିବାକୁ ମନା କରିଥିଲେ। ଏନେଇ ଏକ ସାକ୍ଷାତକାରରେ ଅନୁଷ୍କା ପ୍ରଭାସଙ୍କୁ ୩ଟା ବେଳର ବନ୍ଧୁ ବୋଲି କହିଥିଲେ। କାରଣ ତାଙ୍କୁ ଫୋନ କରିବା ପାଇଁ ସମୟ ଦେଖିବାର ଆବଶ୍ୟକତା ନ ଥାଏ। ଯେତେବେଳେ ଇଚ୍ଛା ହୁଏ ପ୍ରଭାସଙ୍କୁ ସେ ଫୋନ କରନ୍ତି। ହେଲେ ଦୁହିଁଙ୍କୁ ତାଙ୍କ ପ୍ରଶଂସକ ମାନେ ଅନସ୍କ୍ରିନ୍‌ ଓ ଅଫସ୍କ୍ରିନ୍‌ ଖୁବ୍‌ ପସନ୍ଦ କରନ୍ତି ।  

   Related Posts