ଭାରତର ଏକମାତ୍ର ଅଭିନେତ୍ରୀ ଯିଏ ଜଣେ ଚିନ୍ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି
3/03/2019 at 4:14 PM
ମୁମ୍ୱାଇ ୩|୩: ଷ୍ଟାରପ୍ଲସ ଚ୍ୟାନଲରେ ପ୍ରସାରିତ ହେଉଥିବା ଟିଭି ସିରିଏଲ “ବା ବୋହୁ ଔର ବେବି” ଆରମ୍ଭ ହେଉ ହେଉ ବେଶ ଚର୍ଚ୍ଚାରେ ଥିଲା । ଘରେ ଘରେ ଏହି ସିରିଏଲ ଦେଖିବାକୁ ଲୋକେ ପସନ୍ଦ କରନ୍ତି। ତେବେ ଟିଭି ସିରିଏଲ “ବା ବୋହୁ ଔର ବେବି”ରେ ବୋହୁର ଅଭିନୟ କରୁଥିବା ଅଭିନେତ୍ରୀ ତାଙ୍କ ଚାଇନିଜ୍ ପ୍ରେମିକଙ୍କ ସହ ବିବାହ କରିଛନ୍ତି।

ଅଭିନେତ୍ରୀ ବେନଫ ଦାଦାଚନ୍ଦିଜି ବିଜ୍ଞାପନ କରି ଟିଭି ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। “ବା ବୋହୁ ଔର ବେବି”ରେ ତାଙ୍କ ଅଭିନୟ ପାଇଁ ସେ ୩ଟି ଷ୍ଟାର ପରିବାର ଆୱାର୍ଡ ପାଇଛନ୍ତି। ଏବେ କିଛି ଦିନ ତଳେ ବେନଫ ତାଙ୍କ ପ୍ରେମିକ ନରମାନ ଲଉଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ଖୁସିରେ ଅଛନ୍ତି। ୯ ବର୍ଷର ରିଲେସନଶିପ ପରେ ଉଭୟ ବିବାହ କରିଛନ୍ତି। ବିବାହ ପରେ ଦୁହେଁ ମୁମ୍ୱାଇରେ ରିସେପସନ ପାର୍ଟି ଦେଇଥିଲେ। ଉଭୟଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପାର୍ଟିରେ ଅନେକ ଟେଲିଭିଜନ ତାରକା ସାମିଲ ହୋଇଥିଲେ। ନରମାନ ଲଉ ଚାଇନାର ଜଣେ ନାମି ଦାମି ସେଫ୍।