Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆସନ୍ତା ୧୨ରୁ ଓଜେଇଇ ବିଟେକ୍‌ ଅନଲାଇନ୍‌ କାଉନସେଲିଂ

9/10/2020 at 10:19 AM

ଭୁବନେଶ୍ୱର,୦୯/୧୦: ଆସନ୍ତା ୧୨ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୦ର ଅନଲାଇନ୍‌ କାଉସେଲିଂ ବା ୱେବ୍‌ ବେସଡ୍‌ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଥିବା ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଟେକ୍‌, ବି. ଆର୍କ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସିରେ ନାମ ଲେଖିବା ପାଇଁ ଏହି ପ୍ରକ୍ରିୟା ଚାଲିବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଏ ବାବଦରେ ବିସ୍ତୃତ ସୂଚନା ଓଜେଇଇର ୱେବସାଇଟ୍‌ରେ ଦିଆଯାଇଛି । ଛାତ୍ରଛାତ୍ରୀମାନେ କାଉନସେଲିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ କେଉଁ ଶିକ୍ଷାନୁଷ୍ଠାନରେ କେତେ ସିଟ୍‌ ରହିିବା ନେଇ ୱେବସାଇଟରୁ ଜାଣିପାରିବେ ବୋଲି ପ୍ରଫେସର ଚାନ୍ଦ କହିଛନ୍ତି । ଅନ୍ୟ ବିଭାଗଗୁଡ଼ିକର କାଉନସେଲିଂ ଆଗାମୀ ଦିନରେ ହେବ ବୋଲି ସୂଚନା ଦେଇଛନ୍ତି ।

ଅପରପକ୍ଷେ ବିଟେକ୍‌, ବି. ଆର୍କ ଓ ଇଣ୍ଟିଗ୍ରେଟେଡ୍‌ ଏମଏସସିରେ ନାମ ଲେଖିବା ପାଇଁ ମନୋନୀତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ମେଡିକାଲ୍‌ ବୋର୍ଡ଼ ଆସନ୍ତା ୧୩ ଓ ୧୪ ତାରିଖରେ ଏସସିବି ମେଡିକାଲ୍‌ କଲେଜରେ ହେବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ଼, ର‌୍ୟାଙ୍କ କାର୍ଡ଼ ଓ ଫଟୋ ପରିଚୟ ପତ୍ର ସହ ମେଡିକାଲ୍‌ ବୋର୍ଡ଼ରେ ହଜାର ହେବାକୁ କୁହାଯାଇଛି । ଦିବ୍ୟାଙ୍ଗ ବର୍ଗରେ ନାମ ଲେଖିବା ପାଇଁ ମେଡିକାଲ୍‌ ବୋର୍ଡ଼ର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ଓଜେଇଇ ଅଧ୍ୟକ୍ଷ କହିଛନ୍ତି । ସମସ୍ତ ପ୍ରକ୍ରିୟା କୋଭିଡ୍‌-୧୯ ଗାଇଡଲାଇନ୍‌ ପାଳନ କରି ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts