Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆଉ ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବେନି ୟେଦୁରପ୍ପା, ଉତ୍ତର କର୍ଣ୍ଣାଟକରୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ : ବିଜେପି ବିଧାୟକ

20/10/2020 at 4:42 PM

ବେଙ୍ଗାଲୁରୁ ୨୦।୧୦: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ପଦରେ ରହିବେ କି ନାହିଁ ଗତ ଅନେକ ଦିନ ହେବ କଳ୍ପନା ଜଳ୍ପନା ଜାରି ରହିଛି। ନିକଟରେ ୟେଦୁରପ୍ପା ଦିଲ୍ଲୀ ଯାଇଥିଲେ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହା ମଧ୍ୟରେ କର୍ଣ୍ଣାଟକର ଜଣେ ବିଜେପି ବିଧାୟକ କହିଛନ୍ତି, ଶୀଘ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳିବେ।

ବିଧାୟକ ବସନଗୌଡା ପି ୟନ୍ତଲ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର ବଦଳାଯିବ କାରଣ ରାଜ୍ୟର ଅଧିକାଂଶ  ବରିଷ୍ଠ ନେତା ୟେଦୁରପ୍ପାଙ୍କ ପ୍ରତି ଖୁସି ନାହାନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଆଗାମୀ ମୁଖ୍ୟମନ୍ତ୍ରୀ ଉତ୍ତର କର୍ଣ୍ଣାଟକରୁ ହେବେ। ୟେଦୁରପ୍ପା ଆମ କାରଣରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉତ୍ତର କର୍ଣ୍ଣାଟକର ଜନତା ବିଜେପିକୁ ୧୦୦ ବିଧାୟକ ଦେଇଛନ୍ତି, ଯାହା ଜରିଆରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ପି ୟନ୍ତଲ କହିଛନ୍ତି।

ଏମିତି ମଧ୍ୟ ଚର୍ଚ୍ଚା ହେଉଛି ଯେ, ୟେଦୁରପ୍ପାଙ୍କ ବୟସକୁ ଦେଖି ଭବିଷ୍ୟତରେ ନେତୃତ୍ଵ ପରିବର୍ତ୍ତନ କରାଯାଇପାରେ। ଏହି ଅନୁମାନ ଏଥିପାଇଁ କରାଯାଉଛି କାରଣ ନିକଟରେ ୭୭ ବର୍ଷୀୟ ୟେଦୁରପ୍ପା ଦିଲ୍ଲୀ ଯାଇଥିଲେ। ଅନେକ ମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ।

୨୦୨୧ ମାର୍ଚ୍ଚ ପରେ ନୂତନ ମୁଖ୍ୟମନ୍ତ୍ରୀ

ସୂତ୍ର ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପରେ କିମ୍ବା ୨୦୨୧ ମାର୍ଚ୍ଚରେ ୟେଦୁରପ୍ପାଙ୍କ ଦ୍ଵାରା ବଜେଟ୍ ଉପସ୍ଥାପନ ପରେ ତାଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟମନ୍ତ୍ରୀ କରାଯାଇ ପାରେ। ଅନୁମାନ କରାଯାଉଛି ବିଜେପିର ନୀତି ଆଧାରରେ ୭୫ ବର୍ଷ ଅତିକ୍ରମ କରି ସାରିଥିବା ନେତାଙ୍କୁ ରାଜ୍ୟପାଳ ପଦ ଦିଆଯାଏ। ତାଙ୍କ ସାନ ପୁଅ ବି ଓ୍ଵାଇ ବିଜୟେନ୍ଦ୍ରଙ୍କ ମହତ୍ଵପୂର୍ଣ୍ଣ ପଦ ଦେଇ ୟେଦୁରପ୍ପାଙ୍କୁ ସମ୍ମାନଜନକ ବିଦାୟ ଦେବାକୁ ବିଚାର କରାଯାଉଛି।

   Related Posts