Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଜି ସନ୍ଧ୍ୟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦ୍ୟୁରପ୍ପା, ୩୧ରେ ଦେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ

26/07/2019 at 2:02 PM

ବେଙ୍ଗାଲୁରୁ ୨୬|୭: କର୍ଣ୍ଣାଟକରେ ଆଜି ବିଜେପି ଗଢିବ ସରକାର । ସଂଧ୍ୟାରେ ବି.ଏସ୍. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିଯିବା ପରେ କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ୟେଦୁରପ୍ପା ଆଜି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ରଖିଛନ୍ତି । ଏହାସହ ସେ ଆଜି ଶପଥଗ୍ରହଣ ପାଇଁ ଅନୁରୋଧ କରିବା ପରେ ଏହାକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।

ତେବେ ୟେଦୁରପ୍ପାଙ୍କ ପାଇଁ ଆଗକୁ ରହିଛି ବିଶ୍ବାସ ମତ ପରୀକ୍ଷା । ଜୁଲାଇ ୩୧ ସୁଦ୍ଧା ୟେଦୁରପ୍ପାଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ। ଗତକାଲି କଂଗ୍ରେସର ୩ ବିଦ୍ରୋହୀ ବିଧାୟକଙ୍କୁ ଦଳବଦଳ ଆଇନ ଅନୁଯାୟୀ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଦେଇଛନ୍ତି । ଏବେ ଅନ୍ୟ ୧୪ ବିଦ୍ରୋହୀ ବିଧାୟକଙ୍କ ଭାଗ୍ୟର ଫଇସଲା ହେବାକୁ ବାକି ରହିଛି ।

ବିଧାନସଭାରେ ଏବେ ମୋଟ ସଦସ୍ୟ ସଂଖ୍ୟା ୨୨୨ । ତେଣୁ ବିଜେପିକୁ ମହୁମତ ଲାଗି ଆବଶ୍ୟକ ୧୧୨ ବିଧାୟକଙ୍କ ସମର୍ଥନ । ତେବେ ବିଜେପି ପାଖରେ ରହିଛି ୧୦୬ ବିଧାୟକଙ୍କ ସମର୍ଥନ । ବାକି ୬ ବିଧାୟକଙ୍କ ସମର୍ଥନ ୟେଦୁରପ୍ପା କେମିତି ଯୋଗାଡିବେ ତାହା ବଡ ଚାଲେଞ୍ଜ । ଶକ୍ତି ପରୀକ୍ଷଣ ବେଳେ ୬ଟି ଭୋଟରେ ହାରି ଯାଇଥିଲେ କୁମାରସ୍ବାମୀ । ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ବାଚସ୍ପତି କଠୋର ସନ୍ଦେଶ ଦେଇଛନ୍ତି । ଅନ୍ୟ ବିଦ୍ରୋହୀମାନେ ଏବେବି ମୁମ୍ବାଇରେ ଡେରା ପକାଇଛନ୍ତି ।

   Related Posts