ବାପା ହେବେ ‘ତେରି ମିଟ୍ଟି’ ଗୀତର ସିଙ୍ଗର ବି ପ୍ରାକ୍ : ପତ୍ନୀଙ୍କ ସହ ରୋମାଣ୍ଟିକ୍ ଫଟୋ ଭାଇରାଲ୍

Published By : Prameya-News7 Bureau | June 24, 2020 IST

ମୁମ୍ବାଇ ୨୪/୬: ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର୍ ବି ପ୍ରାକଙ୍କ ଘରେ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବେ। ବି ପ୍ରାକଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି। ବି ପ୍ରାକ୍ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି।

{"id":290762,"sizeSlug":"large"}

ବି ପ୍ରାକ୍ ଇନଷ୍ଟାରେ ନିଜ ପତ୍ନୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ପତ୍ନୀ ବେବି ବମ୍ପ୍ ଫ୍ଲଟ୍ କରୁଥିବା ନଜର ଆସିଛନ୍ତି। ସେମାନେ ଏକ ରୋମାଣ୍ଟିକ୍ ପୋଜ୍ ଦେଇଛନ୍ତି।

{"id":290763,"sizeSlug":"large"}

ପ୍ରଶଂସକଙ୍କ ସହ ଗୁଡନ୍ୟୁଜ୍ ସେୟାର କରି ବି ପ୍ରାକ୍ ଲେଖିଛନ୍ତି- ହେ ବେବି ମମ୍ମି ପାପା ଆପଣଙ୍କ ଅପେକ୍ଷା କରୁଛନ୍ତି। ବି ପ୍ରାକଙ୍କ ଏହି ଗୁଡ ନ୍ୟୁଜ୍ ଦେବା ପରେ ସୋସିଆଲ୍ ମିଡିଆରେ ପ୍ରଶଂସକ ଏବଂ ସେଲେବ୍ସ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

{"id":290764,"sizeSlug":"large"}

ମିକା ସିଂହ,ନୁପୂର ସାନନ,ସୋନମ୍ ବାଜଓ୍ବା,କନିକା କପୁର,ଗୌହାର ଖାନ୍,ଅଲି ଗୋନି,ନିଶା ରାଓ୍ବଲ୍ ଭଳି ସେଲିବ୍ରିଟି ବି ପ୍ରାକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

{"id":290765,"sizeSlug":"large"}

ବି ପ୍ରାକ୍ ପଞ୍ଜାବୀ ଇଣ୍ଡଷ୍ଟ୍ରିର ଜଣେ ବଡ଼ ଗାୟକ। ତାଙ୍କ କଣ୍ଠର ଯାଦୁ ପ୍ରଶଂସକଙ୍କୁ ମନ୍ତ୍ରମୁଗ୍ଧ କରିଛି। ପ୍ରାକ୍ କେଶରୀର ଲୋକପ୍ରିୟ ଗୀତ ତେରି ମିଟ୍ଟି ଗାଇଥିଲେ।

{"id":290766,"sizeSlug":"large"}

ଅକ୍ଷୟ କୁମାର ଏବଂ ନୁପୂର ସାନନଙ୍କ ସୁପରହିଟ୍ ସିଙ୍ଗଲ୍ ଫିଲହାଲ ମଧ୍ୟ ବି ପ୍ରାକ୍ ଗାଇଛନ୍ତି। ସେ ଖିଲାଡ଼ି କୁମାରଙ୍କ ସହ ଭଲ ବଣ୍ଡିଂ ସେୟାର କରନ୍ତି। ବି ପ୍ରାକଙ୍କ ଗୀତ ରିଲିଜ ହେବା ମାତ୍ରେ ଚାର୍ଟବଷ୍ଟରରେ ଟ୍ରେଣ୍ଡ କରେ।

{"id":290767,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.