କରୋନା ଭୟ: ଅଜଲନ ଶାହ ହକି ଟୁର୍ଣ୍ଣାମେଣ୍ଟ ସ୍ଥଗିତ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ:  ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସର ସଂକ୍ରମଣକୁ ନଜରରେ ରଖି ଅଜଲନ ଶାହ କପ ହକି ଟୁର୍ଣ୍ଣାମେଣ୍ଟର ୨୯ତମ ସଂସ୍କରଣକୁ ଏପ୍ରିଲ ବଦଳରେ ସେପ୍ଟେମ୍ବରରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

{"id":231788,"width":749,"height":499,"sizeSlug":"large"}

ଆୟୋଜକଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଅଜଲନ ଶାହ କପ ଏପ୍ରିଲ ୧୧ରୁ ୧୮ ମଧ୍ୟରେ ଖେଳାଯିବାକୁ ଯୋଜନା ହୋଇଥିଲା। କିନ୍ତୁ ଏହା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ମଧ୍ୟରେ ଖେଳାଯିବ। ଘାତକ କରୋନା ଭାଇରସ ପାଇଁ ଏହି ପ୍ରତିଯୋଗିତାକୁ ରବ୍ଦ, ସ୍ଥଗିତ ବା ସ୍ଥାନାନ୍ତରିତ କରାଯାଇ ପାରେ। ସାରା ବିଶ୍ୱରେ ଏବେ ସୁଧା ୩୦୦୦ରୁ ଅଧିକ ଲୋକ ଏହି ଭାଇରସ ପାଇଁ ପ୍ରାଣ ହରାଇ ସାରିଛନ୍ତି ଓ ୮୬ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି।

{"id":231789,"width":753,"height":423,"sizeSlug":"large"}

କତାର ମୋଟୋ ଜିପି ରବ୍ଦ

କତାର ରାଜଧାନୀ ଦୋହାରେ ମାର୍ଚ୍ଚ ୮ରୁ ଆରମ୍ଭ ହେବାକୁ ଥିବା ମୋଟୋ ଜିପି ସିଜିନର ପ୍ରଥମ ରେସକୁ କରୋନା ପାଇଁ ରବ୍ଦ କରାଯାଇଛି। ଇଣ୍ଟରନାଶନାଲ ମୋଟରସାଇକେଲ ଫେଡେରସନ ଏନେଇ ସୂଚନା ଦେଇଛି। ଇଟାଲୀ, କତାର ସହ ବିଭିନ୍ନ ଦେଶକୁ ଯିବାଆସିବା ଉପରେ ପ୍ରତିବନ୍ଧକ ଲାଗିଥିବାକୁ ଏହାକୁ ଲୋସେଲ ସର୍କିଟରେ ଆୟୋଜନ କରାଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.