କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ ଦାନୀ ତାଲିକାର ତୃତୀୟ ସ୍ଥାନରେ ଅଜିମ୍ ପ୍ରେମଜୀ : ପ୍ରଥମ ସ୍ଥାନରେ ଜେକ୍ ଡର୍ଶୀ

Published By : Prameya-News7 Bureau | May 10, 2020 IST

ମୁମ୍ବାଇ ୧୦/୦୫ : କରୋନା ଭାଇରସ ମହାମାରୀ ସହ ଲଢ଼ିବା ପାଇଁ ଦୁନିଆର ୮୦ ଜଣ କୋଟିପତି ଅର୍ଥ ଦାନ କରିଛନ୍ତି | ଅନେକ କୋଟିପତି ଆର୍ଥିକ ସହାୟତା ଯୋଗାଇଛନ୍ତି | ୱିପ୍ରୋ ସଂସ୍ଥାପକ ଅଜିମ ପ୍ରେମଜୀ ମଧ୍ୟ କରୋନା ମୁକାବିଲା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି | ସେ ମଧ୍ୟ ଦେଶକୁ ଆର୍ଥିକ ସହଯୋଗ କରିଛନ୍ତି | କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ ଦାନ କରିଥିବା ବ୍ୟକ୍ତିଙ୍କ ତାଲିକାରେ ଅଜିମ ପ୍ରେମଜୀ ତୃତୀୟ ସ୍ଥାନରେ ଅଛନ୍ତି |

 

ପ୍ରଥମ ସ୍ଥାନରେ ଅଛନ୍ତି ଟ୍ୱିଟର ସିଇଓ ଏବଂ କୋ-ଫାଉଣ୍ଡର ଜେକ ଡର୍ଶୀ | ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଲ ଗେଟ୍ସ | ତୃତୀୟ ସ୍ଥାନରେ ଅଛନ୍ତି ଭାରତର ଏକମାତ୍ର ଅଜିମ ପ୍ରେମଜୀ | ଏହି ୩ କୋଟିପତି ଦୁନିଆରେ ସବୁଠାରୁ ଅଧିକ ଦାନ କରିଛନ୍ତି | ଫୋର୍ବସ ମାଗାଜିନ ଅନୁସାରେ, ମାର୍ଚ୍ଚ ମାସରୁ ନଜର ରଖିଛନ୍ତି ଯେ କେଉଁ କୋଟିପତି କେତେ ରାଶି ଦାନ କରିଛନ୍ତି |

ଅଜିମ ପ୍ରେମଜୀ ଏପର୍ଯ୍ୟନ୍ତ ୧୩୨ ମିଲିୟନ ଡଲାର (ପାଖାପାଖି ହଜାରେ କୋଟି ଟଙ୍କା) ଦାନ କରି ସାରିଛନ୍ତି | ସାରା ଦୁନିଆରେ ୨୦୯୫ ଜଣ କୋଟିପତିଙ୍କ ମଧ୍ୟରୁ ଅଧିକାଂଶ କୋଟିପତି ଏବେ ପର୍ଯ୍ୟନ୍ତ ଦାନ କରିନାହାନ୍ତି | ଯଦି କେହି କୋଟିପତି ଦାନ କରିଛନ୍ତି ତାହେଲେ ସେ ସମ୍ପର୍କରେ ଖୁଲାସା ମଧ୍ୟ କରି ନାହାନ୍ତି | 

୧. ଜେକ ଡର୍ଶୀ ୭୫୦୦ କୋଟି ଟଙ୍କା

୨. ବିଲ ମିଲିଣ୍ଡା ଗେଟ୍ସ ୧୯୧୨ କୋଟି ଟଙ୍କା

୩. ଅଜିମ ପ୍ରେମଜୀ ୯୯୦ କୋଟି ଟଙ୍କା

୪. ଜର୍ଜ ସୋରୋସ ୯୭୫ କୋଟି ଟଙ୍କା

୫. ଏଙ୍ଦ୍ୟୁ ଫରେଷ୍ଟ ୭୫୦ କୋଟି ଟଙ୍କା

୬. ଜେକ ସ୍କୋଲ ୭୫୦ କୋଟି ଟଙ୍କା

୭. ଜେଫ ବେଯୋଶ ୭୫୦ କୋଟି ଟଙ୍କା

୮. ମାଇକେଲ ଡେଲ ୭୫୦ କୋଟି ଟଙ୍କା

୯. ମାଇକଳ ବ୍ଲୁମବର୍ଗ ୫୫୮ କୋଟି ଟଙ୍କା

୧୦. ଲୀନ ଆଣ୍ଡ ଷ୍ଟେସି ସୁଷ୍ଟର ମ୍ୟାନ ୫୨୫ କୋଟି ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.