Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

FY20ରେ ସବୁଠୁ ଉଦାର ଭାରତୀୟ ଅଜୀମ୍ ପ୍ରେମଜୀ, ପ୍ରତି ଦିନ ଦାନ କରୁଛନ୍ତି ୨୨ କୋଟି ଟଙ୍କା: ରିପୋର୍ଟ

10/11/2020 at 10:13 PM

ନୂଆଦିଲ୍ଲୀ ୧୦/୧୧: ଲୋକଙ୍କ ପ୍ରତି ଉଦାର ମନୋଭାବ ରଖିବାକୁ ମହାପୁରୁଷମାନେ ନୀତିବାଣୀ ଦେଇଯାଇଛନ୍ତି। ଏହି କଥାକୁ ଆଜିର ଦିନରେ କେହି ଅନୁସରଣ କରୁଥିବା ପ୍ରାୟ ଦେଖିବାକୁ ମିଳେନାହିଁ। କିନ୍ତୁ ଆଇଟି କମ୍ପାନୀ ଓ୍ବିପ୍ରୋ ମାଲିକ ଅଜୀମ୍‌  ପ୍ରେମଜୀ ଇତିହାସ ରଚିଛନ୍ତି। ସବୁଠୁ ଉଦାର ଭାରତୀୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି ଅଜୀମ୍‌ ପ୍ରେମଜୀ।

ପ୍ରତି ଦିନ ୨୨ କୋଟି ଟଙ୍କା ଅର୍ଥାତ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ କରି ୨୦୨୦ର ସବୁଠୁ ଉଦାର ବ୍ୟକ୍ତି ଭାବେ ରେକର୍ଡ କରିଛନ୍ତି ଅଜୀମ୍‌ ପ୍ରେମଜୀ। ଏହା ସହ ଏଚସିଏଲ୍‌ ମୁଖ୍ୟ ଶିବ ନାଡାରଙ୍କୁ ବହୁ ପଛରେ ଛାଡ଼ିଛନ୍ତି ଅଜୀମ୍‌  ପ୍ରେମଜୀ । ଶିବ ନାଡାର ଯିଏକି ହୁରୁନ ରିପୋର୍ଟ ଇଣ୍ଡିଆ ଲିଷ୍ଟରେ ଶୀର୍ଷରେ ରହିଥିଲେ।

ଦାନ କରିବା ମାମଲାରେ ନାଡାର, ପ୍ରେମଜୀଙ୍କ ତଳେ ରହିଛନ୍ତି । ୨୦୨୦ ଆର୍ଥିକ ବର୍ଷରେ ନାଡାର ୭୯୫ କୋଟି ଡୋନେସନ୍‌ ଦେଇଥିବା ବେଳେ ଗତ ବର୍ଷ ୮୨୬ କୋଟି ଦେଇଥିବା ଜଣାପଡ଼ିଛି। ସେପଟେ ଗତ ବର୍ଷ ପ୍ରେମଜୀ ୪୨୬ କୋଟି ଟଙ୍କା ଦାନ ଦେଇଥିଲେ।

ସେହିଭଳି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀ  ୪୫୮ କୋଟି ଦାନ କରି ତୃତୀୟ ସ୍ଥାନ​‌ରେ ଅପରିବର୍ତ୍ତୀତ ରହିଛନ୍ତି। ପୂର୍ବ ବର୍ଷ ୪୦୨ କୋଟି ଟଙ୍କା ଡୋନେସନ୍‌ ଦେଇଥିଲେ ଅମ୍ବାନୀ।

ତେବେ କରୋନା କାଳରେ ମହାମାରୀ ସହ ଲଢ଼ିବା ପାଇଁ ବଡ଼ ବଡ଼ କର୍ପୋରେଟ୍‌ କମ୍ପାନୀ ଡୋନେସନ୍‌ ପୁଣିଥରେ ଧାର୍ଯ୍ୟ କରିଛନ୍ତି। ଏଥିରେ ଟାଟା ସନ୍ସ ୧୫୦୦ କୋଟି ସହ ନିଜର ପ୍ରତିବଦ୍ଧତା ଦେଖାଇଥିବା ବେଳେ ପ୍ରେମଜୀ ୧୧୨୫ କୋଟି ଓ ଅମ୍ବାନୀ ୫୧୦ କୋଟି ଦେବାକୁ ସ୍ଥିର କରିଥିବା ସୂଚନା ମିଳିଛି।

ସେପଟେ ଚଳିତ ବର୍ଷ ଡୋନେସନ୍‌ ପିଏମ କେୟାର ଫଣ୍ଡକୁ ବି ଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରି ୫୦୦ କୋଟି, ଆଦିତ୍ୟ ବିର୍ଲା ୪୦୦ କୋଟି ଡୋନେସନ୍‌ ଦେଇଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ଏବେ ଏକ କୋଟିରୁ ଅଧିକ ଦାନ ଦେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ଘଟି ୭୮ରେ ପହଞ୍ଚିଛି। ଯାହାକି ପୂର୍ବ ବର୍ଷ ୭୨ ଥିଲା।

   Related Posts