ପାକିସ୍ତାନ ସେନାରେ ବଡ଼ଧରଣର ଅଦଳବଦଳ, ଲେଫ୍ଟନାଣ୍ଟ ଜେନେରାଲ୍ ଅଜହର ଅବ୍ବାସ ହେଲେ ନୂଆ ସିଜିଏସ୍‌

Published By : Prameya-News7 Bureau | September 08, 2021 IST


ଇସ୍ଲାମାବାଦ ୦୮/୦୯: ପାକିସ୍ତାନ ସେନାରେ ବଡ଼ ଧରଣର ଅଦଳବଦଳ ହୋଇଛି। ପାକ ସେନା ନିଜର ନୂଆ ସାମରିକ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛି। ନୁଆ ମୁଖ୍ୟ ଜେନେରାଲ୍ ଷ୍ଟାଫ୍(ସିଜିଏସ୍) ଭାବେ ବଲୋଚ ରେଜିମେଣ୍ଟର ଲେଫ୍ଟନାଣ୍ଟ ଜେନେରାଲ୍ ଅଜହର୍ ଅବ୍ବାସଙ୍କୁ ନିଯୁକ୍ତ କରାଯାଇଛି। ସେ ୩୫ତମ CGS ହେବେ। ସେ ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ୍ ଶ୍ୟାମସାଦ୍ ମିର୍ଯାଙ୍କ ସ୍ଥାନ ନେଇଛନ୍ତି ।

CGS ପଦବୀ ପାକିସ୍ତାନୀ ସେନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ ଭାବେ ବିବେଚନା କରାଯାଏ । ଜେନେରାଲ ମିର୍ଜାଙ୍କ ବିଷୟରେ କହିବାକୁ ଗଲେ ସେ ସିନ୍ଧ ରେଜିମେଣ୍ଟର ହୋଇଥିବା ବେଳେ ସେ ପୂର୍ବରୁ ଆଡଜୁଟାଣ୍ଟ ଜେନେରାଲ୍ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଡେପୁଟି ଜେନେରାଲ୍ ଷ୍ଟାଫ ଚିଫ୍ (ଏ) ମିଲିଟାରି ଅପରେସନ୍ସର ମହାନିର୍ଦେଶକ ଥିଲେ। ଲେଫ୍ଟନାଣ୍ଟ ଜେନେରାଲ୍ ଅଜହର୍ ଅବ୍ବାସ ଇନ୍ଫେଣ୍ଟ୍ରି ସ୍କୁଲ୍ କ୍ୱେଟାର କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେ ଜେନେରାଲ୍ ରହିଲ୍ ସରିଫଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଥିଲେ ।

{"id":508247,"width":664,"height":551,"sizeSlug":"full","linkDestination":"none"}

ଏହା ବ୍ୟତୀତ ଅବ୍ବାସ୍ ମୁରିରେ ଏକ ଡିଭିଜନର ନିର୍ଦେଶକ ଥିଲେ ଏବଂ ସେନା ସଞ୍ଚାଳନ ନିର୍ଦେଶାଳୟରେ ବ୍ରିଗେଡିୟର୍ ରୂପେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଏହା ସହ ପାକିସ୍ତାନ ସେନାରେ ଆହୁରି କିଛି ମଧ୍ୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। ଲେଫ୍ଟନାଣ୍ଟ ଜେନେରାଲ୍ ୱାସିମ୍ ଅସରଫ୍‌ଙ୍କୁ ଯୁଗ୍ମ ଷ୍ଟାଫ୍ ମୁଖ୍ୟାଳୟର ଡାଇରେକ୍ଚର୍ ଜେନେରାଲ୍ ଭାବେ ନିଯୁକ୍ତି ଦିଆଯାଇଛି । ଲେଫ୍ଟନାଣ୍ଟ ଜେନେରାଲ ଚିରାଗ ହେଦର ମୁଲତାନ ଡିଜି ଜଏଣ୍ଟ ଷ୍ଟାଫ୍ ମୁଖ୍ୟାଳୟର ଅତିରିକ୍ତ ଦାୟିତ୍ବରେ ରହିବେ । ଜେନେରାଲ୍ ଅସରଫ ପୂର୍ବରୁ କମାଣ୍ଡର ଥିଲେ । ଜେନେରାଲ୍ ଅସରଫ ଏବଂ ଜେନେରାଲ୍ ହେଦର ଉଭୟ ଫ୍ରଣ୍ଟିୟର୍ ଫୋର୍ସ ରେଜିମେଣ୍ଟରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.