Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କାମ ଦେଉନି ବଡ଼ ଦେଶର ମଧ୍ୟସ୍ଥତା ! ପୁଣି ମୁହାଁମୁହିଁ ହେଲେ ଆର୍ମେନିଆ- ଅଜରବୈଜାନ, କାରବାଖରେ ଚାଲିଛି ଘମାଘୋଟ ଲଢ଼େଇ

7/11/2020 at 8:53 PM

ୟେରେଭାନ୍‌ ୭/୧୧: ନାଗୋର୍ନୋ-କାରବାଖ ଅଞ୍ଚଳକୁ ନେଇ ବିବାଦ ଚାଲିଥିବା ବେଳେ ପୁଣି ଆର୍ମେନିଆର ଷ୍ଟେପାନକର୍ଟରେ ଅଜରବୈଜାନ ସେନା ପ୍ରବଳ ଗୁଳି ମାଡ଼ କରୁଥିବା ସୂଚନା ମିଳିଛି।

ଶୁଷରେ ରାତି ତମାମ ଭୟଙ୍କର ଗୁଳି ବର୍ଷା ହୋଇଥିଲା। ଯେଉଁଠାରେ ପୂର୍ବମାସରେ ଏକ ଆର୍ମେନିଆ ଗୀର୍ଜାଘରକୁ ନଷ୍ଟ କରାଯାଇଥିଲା। ମିଳିଥିବା ରିପୋର୍ଟ ଅନୁସାରେ ଶୁଷ ଅଞ୍ଚଳର ଅନେକ ଘର ଏବେ ବି ଜଳୁଥିବା ନେଇ ଆର୍ମେନିଆ ପ୍ରତିାକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଷ୍ଟେପାନକର୍ଟରେ ବଡ଼ ବଡ଼ ବିଲ୍ଡିଂ ଧ୍ବଂସ ପାଇଥିବା ନେଇ ରିପୋର୍ଟ ଆସିଥିବା ବେଳେ ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛି ଅଜରବୈଜାନ।

ଗତାମାସ ମସ୍କୋରେ ଉଭୟ ଦେଶ ଅସ୍ତ୍ରବରତି ଉଲ୍ଲଂଘନ କରିବେ ନାହିଁ ବୋଲି ଏକ ବୁଝାମଣା କରିଥିଲେ ହେଁ ପୁଣି ଏହାର ଖୋଲା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। କିଛି ଦିନ ଭିତରେ ଉଭୟ ପାର୍ଶ୍ବରୁ ଗୁଳି ଚାଳନା ହେଉଥିବା ସୂଚନା ମିଳିଛି।

ନାଗୋର୍ନୋ-କାରାବାଖ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ପାଖାପାଖି ୧୧୭୦ ସୈନ୍ୟ ସହିଦ ହୋଇଥିବା ବେଳେ ୧୦୦୦ ସାଧାରଣ ଲୋକଙ୍କ ପ୍ରାଣ ଯାଇଛି। ଫ୍ରାନ୍ସ, ଋଷ ଓ ଆମେରିକା ବାରମ୍ବାର ହସ୍ତେକ୍ଷେପ କରି ଦୁଇ ଦେଶର ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହା କେବଳ କିଛି ଘଣ୍ଟା ପାଇଁ କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳୁଛି। ସେପଟେ ଆର୍ମେନିଆ ଋଷକୁ ସୈନ୍ୟ ସମର୍ଥନ ପାଇଁ ଅପିଲ୍‌ କରୁଥିବା ବେଳେ ଅଜରବୈଜାନ ପଛରେ ରହିଛି ତୁର୍କୀର ସମର୍ଥନ।

   Related Posts