ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ, ୦୭/୧୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ୍ ସିରିଜ ଜିତିଛି ଭାରତ । ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ କିଓ୍ୱି ଟିମକୁ ୩୭୨ ରନରେ ପରାସ୍ତ କରିଥିଲା । ତେବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସବୁ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିଲେ ଏଜାଜ ପଟେଲ । ସମସ୍ତ ୧୦ଟି ଓ୍ୱିକେଟ୍ ନେଇଥିଲେ ସେ । ହାସଲ କରିଥିଲେ ବିଶ୍ୱ ରେକର୍ଡ । ଏହି ବଡ ଉପଲବ୍ଧି ପରେ ଟିମ୍ ଇଣ୍ଡିଆ ଏଜାଜଙ୍କୁ ଏକ ଖାସ୍ ଉପହାର ପ୍ରଦାନ କରିଛି ।

ଭାରତୀୟ ଖେଳାଳିମାନେ ଏଜାଜଙ୍କୁ ଏକ ଜର୍ସି ଉପହାର ଦେଇଛନ୍ତି । ଯେଉଁଥିରେ ସବୁ ଭାରତୀୟ ଖେଳାଳି ଅଟୋଗ୍ରାଫ୍ ଦେଇଛନ୍ତି ।

wp:html /wp:html

ଓ୍ୱାଙ୍ଖଡେ ଟେଷ୍ଟରେ ଏଜାଜ ପ୍ରଥମ ଇନିଂସରେ ୪୭.୫ ଓଭର ବୋଲିଂ କରି ୧୧୯ ରନ୍ ବ୍ୟୟ କରିଥିଲେ । ଏହାସହ ସେ ୧୦ଟି ଓ୍ୱିକେଟ୍ ନେଇଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ସେ ୪ଟି ଶିକାର କରିଥିଲେ ।

ବିସିସିଆଇ ଏକ ଟ୍ୱିଟ୍ କରିଛି । ଯେଉଁଥିରେ ଆର ଅଶ୍ୱିନ ଏଜାଜଙ୍କୁ ଜର୍ସି ଉପହାର ଦେଉଛନ୍ତି । ସେଥିରେ ସବୁ ଭାରତୀୟ ଖେଳାଳିଙ୍କ ଅଟୋଗ୍ରାଫ୍ ରହିଛି, ଯେଉଁ ସବୁ ଓ୍ୱିକେଟ୍ ସେ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.