Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଆଜମଗଡର ଏହି ଗାଁକୁ ଛୁଇଁପାରିନି ମହାମାରୀ : ଗାଁ ଲୋକ କହିଲେ କାରଣ

30/04/2021 at 2:47 PM

ଆଜମଗଡ ୩୦/୪ : ସାରା ବିଶ୍ୱକୁ ଦେହଲାଇ ଦେଇଛି ଭୂତାଣୁ । ଗାଁ ଠୁ ସହର ସବୁଠି ଭାଇରସ ପାଇଁ ତାଲାବନ୍ଦ ପରିସ୍ଥିତି । କେଉଁଠି ସଡଟାଉନ ହେଉଛି କେଉଁଠି ଲକଡାଉନ । ତେବେ ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠିକି ପହଞ୍ଚି ପାରିନି କରୋନା ମହାମାରୀର କାୟା । ଅର୍ଥାତ୍ ଏହି ଗାଁ କରୋନା ଲଢେଇରେ ବିଜୟୀ ରହିଛି । ଗାଁ ଲୋକଙ୍କ ରହଣୀ ଚଳଣୀ ପାଇଁ ଏଇ ଗାଁ ଏବେ ଭାଇରସ କବଳରୁ ବର୍ତ୍ତି ପାରିଛି ।

ଗାଁର ଲୋକେ ବାହାର ଲୋକଙ୍କ ପ୍ରବେଶ ତ ତଦୂରର କଥା କୌଣସି ଲୋକଙ୍କ ସଂସ୍ପର୍ଶରେ ବି ଆସିନାହାଁନ୍ତି । ଏପରିକି ଗାଁରେ ଚାଷ ହେଉଥିବା ନିଜେ ପନିପରିବା, ମାଛ ଖାଇ ସୁସ୍ଥ ରହିଛନ୍ତି । ସୂଚନା ଯୋଗ୍ୟ ଯେ ଆଜମଗଡ ଉତ୍ତରରେ ଥିବା ଘାଗରା ନଦଜୀ କୂଳରେ ରହିଛି ଆଜମଗଡ ଗାଁ । ଏଠାରେ ପାଖାପାଖି ୧୦୦୦ ରୁ ଅଧିକ ଲୋକ ବସବାସ କରନ୍ତି । ବିକାଶ ଠାରୁ ପଛରେ ଥାଇ ବି ସେ ମହାମାରୀକୁ ମାତ୍ ଦେଇ ସୁଖରେ ଜୀବନ ଅତିବାହିତ କରୁଛନ୍ତି ।

ଏଠାକାର ଲୋକଙ୍କ ପ୍ରଥମ ଫୋକସ ରହିଛି, ପ୍ରାକୃତିକ ଜିନିଷର ବ୍ୟବହାର । ଯେମିତିକି ଗାଁରେ ହେଉଥିବା ଚାଷ ବାସରୁ ହିଁ ନିଜେ ନିଜର ଜୀବିକା ଉପାର୍ଜନ କରୁଛନ୍ତି । ଏପରିକି ନିହାତି ଦରକାର ନଥିଲେ ଅନ୍ୟ କେହି ବାହାରକୁ ଯାଆନ୍ତି ନାହିଁ କି ଏଠାକୁ କେହି ଆସନ୍ତି ନାହିଁ । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟକର କଥା କି ଏଠାକାର ଲୋକେ ବାହାରକୁ କାମ କରିବାକୁ ନଯାଇ ନିଜେ ଚାଷ ବାସ କରି ଚଳନ୍ତି । ସେଥିପାଇଁ ଭୂତାଣୁ ଏଗି ଗାଁକୁ ପ୍ରବେଶ କରିପାରିନି ।

   Related Posts