ଆଜମ ଖାନଙ୍କ ପତ୍ନୀଙ୍କୁ ଜାମିନ: ୧୦ ମାସ ପରେ ଜେଲରୁ ବାହାରିଲେ ବିଧାୟିକା, ଅଖିଳେଶଙ୍କ ଟ୍ବିଟ୍ 'ରାଜନୈତିକ ଅସୂୟା ପ୍ରମାଣିତ'

Published By : Prameya-News7 Bureau | December 22, 2020 IST

ସୀତାପୁର ୨୨/୧୨ : ସମାଜବାଦୀ ପାର୍ଟି ନେତା ଆଜମ୍ ଖାନଙ୍କ ପତ୍ନୀ ତାନଜିନ୍ ଫତିମାଙ୍କ ଜାମିନ ମଞ୍ଜୁର ହୋଇଛି । ଏକ ଜାଲିଆତି ମାମଲାରେ ୧୦ ମାସ ହେବ ଜେଲରେ ଥିବା ଆଜମ ଖାନଙ୍କ ପତ୍ନୀ ତଥା ସମାଜବାଦୀ ପାର୍ଟି ବିଧାୟିକା ତାନଜିନ୍ ଫତିମାଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।

ଜେଲରୁ ବାହାରିବା ପରେ ନ୍ୟାୟିକ ବ୍ୟବସ୍ଥାକୁ ଧନ୍ୟମାଦ ଜଣାଇଛନ୍ତି ତାନଜିନ୍‌ ଫତିମା । ସେ କହିଛନ୍ତି, ‘ ୧୦ ମାସ ପରେ ଜେଲରୁ ବାହାରିଛି । ମୋତେ ନ୍ୟାୟ ମିଳିଥିବାରୁ ସମସ୍ତ ଶ୍ରେୟ ନ୍ୟାୟିକ ବ୍ୟବସ୍ଥାକୁ ଦେଉଛି ’ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ‘ଏହା ସତ୍ୟର ବିଜୟ । ନ୍ୟାୟିକ ବ୍ୟବସ୍ଥାକୁ ବିଶ୍ବାସ କରୁଥିବା ଲୋକଙ୍କ ବିଜୟ’। ଏହା ସହ ସେ ଟାଗେର୍ଟ କରି କହିଛନ୍ତି ବିଜେପି ଯେଉଁ ରାସ୍ତାରେ ଚାଲୁଛି ତାହା ଅନ୍ୟାୟ ଆଡକୁ ଯାଉଛି ଏବଂ ଏହା ନିଶ୍ଚୟ ଭାବେ ପତନାଭିମୂଖି ।  

ତେବେ ବିଧାୟିକା ତାନଜିନ ଫତିମାଙ୍କ ପତି ତଥା ସମାଜବାଦୀ ପାର୍ଟି ସାଂସଦ ମହମ୍ମଦ ଆଜମ ଖାନ ଏବଂ ତାଙ୍କର ପୁତ୍ର ନିଳମ୍ବିତ ବିଧାୟକ ଅବଦୁଲ୍ଲା ଆଜମ କିନ୍ତୁ ଜେଲରେ ଅଛନ୍ତି । ବୟସ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗ ଆସିବା ପରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । କୋର୍ଟଙ୍କ ଶୁଣାଣି କରି ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ । ଏହା ପରେ ଚଳିତ ବର୍ଷ ଫେବୃୟାରୀ ୨୬ରେ ସେମାନେ ଥାନାରେ ଆତ୍ମ ସମର୍ପଣ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.