Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜମ ଖାନଙ୍କ ପୁଅ ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ : ଜୟା ପ୍ରଦାଙ୍କୁ କହିଲେ ‘ଅନାରକଲି’

ରାମପୁର ୨୨/୪ : ସମାଜବାଦୀ ପାର୍ଟି ନେତା ଓ ରାମପୁର ଲୋକସଭା ଆସନ ପ୍ରାର୍ଥୀ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ବିଜେପି ପ୍ରାର୍ଥୀ ଜୟା ପ୍ରଦାଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି | ଅବଦୁଲ୍ଲା କହିଛନ୍ତି ଯେ, ଅଲ୍ଲୀ ବି ଆମର, ବଜରଙ୍ଗବାଲି ମଧ୍ୟ ଦରକାର କିନ୍ତୁ ଅନାରକଲି ଦରକାର ନାହିଁ |


ରାମପୁରରେ ରବିବାର ଦିନ ପିତା ଆଜମ ଖାନଙ୍କ ସମର୍ଥନରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ | ଏହି ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ | ଜନସଭାରେ ଅବଦୁଲ୍ଲା କହିଥିଲେ ଯେ, ତାଙ୍କ ମଥାରେ ଗୋଲାମୀର ଯେଉଁ କଳଙ୍କ ଥିଲା ତାହା ପୁଣି ଲାଗିଯିବ | ନିର୍ବାଚନ ବିକାଶ ନାଁରେ ହେଉଛି | କିନ୍ତୁ ବିକାଶ ୨୦୧୪ ମସିହାରେ ହୋଇନଥିଲା କି ୨୦୧୭ରେ ମଧ୍ୟ ହୋଇନଥିଲା | ଜିଲ୍ଲାର ଦୂରର କଥା ମସାଣି ପାଚେରୀ ମଧ୍ୟ ଏବେ ପର୍ଯ୍ୟନ୍ତ ତିଆରି ହୋଇପାରିଲାନି | ସେ ଜୟା ପ୍ରଦାଙ୍କୁ ଟାର୍ଗେଟ କରି କହିଥିଲେ ଅଲ୍ଲୀ ବି ଆମର, ବଜରଙ୍ଗବାଲି ମଧ୍ୟ ଦରକାର କିନ୍ତୁ ଅନାରକଲି ଦରକାର ନାହିଁ | ସେ ଜୟା ପ୍ରଦାଙ୍କୁ ସିଧାସଳଖ ଆକ୍ଷେପ ନକରି ଇସାରାରେ ଏହିଭଳି ମନ୍ତବ୍ୟ ଦେଇଥିଲେ |


ସୂଚନାଯୋଗ୍ୟ ଯେ, ରାମପୁରରୁ ଆଜମ ଖାନ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମେଣ୍ଟ ତରଫରୁ ନିର୍ବାଚନ ଲଢ଼ୁଛନ୍ତି | ତାଙ୍କ ବିପକ୍ଷରେ ଜୟା ପ୍ରଦା ବିଜେପି ତରଫରୁ ନିର୍ବାଚନ ଲଢ଼ୁଛନ୍ତି | ନିକଟରେ ଆଜମ ଖାନ ଜୟା ପ୍ରଦାଙ୍କୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ | ଆଜମ ଖାନଙ୍କ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ବିଜେପି | ନିର୍ବାଚନ ଆୟୋଗ ଆଜମ ଖାନଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧ ଲଗାଇଥିଲେ |

318 Views

   ସମ୍ବନ୍ଧିତ ଖବର