Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

କପିଲ ସିବଲଙ୍କ ପରେ ଆଜାଦଙ୍କ ସଫେଇ- ରାହୁଲ କେବେ ମଧ୍ୟ କହି ନାହାନ୍ତି ବିଜେପି ସହିତ କଂଗ୍ରେସ ନେତାଙ୍କ ଲିଙ୍କ୍ ରହିଛି

24/08/2020 at 5:15 PM

ନୂଆଦିଲ୍ଲୀ ୨୪।୦୮: କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ନୂତନ ପିଢି ଏବଂ ପୁରୁଣା ପିଢି ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି। ୨୩ ନେତାଙ୍କ ଦ୍ଵାରା କଂଗ୍ରେସର ସଭାପତି ପରିବର୍ତ୍ତନ ନେଇ ଲେଖାଯାଇଥିବା ଚିଠି ଉପରେ  ବୈଠକରେ ଝଡ ସୃଷ୍ଟି ହୋଇଥିଲା। ଏବେ ଏହି ଝଡକୁ ଶାନ୍ତ କରିବାକୁ ବରିଷ୍ଠ ନେତାଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇ ଯାଇଛି। କପିଲ ସିବଲଙ୍କ ପରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ବନି ଆଜାଦ ସଫେଇ ଦେଇଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧୀ କେବେ ମଧ୍ୟ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଭିତରେ କି ବାହାରେ କେବେ ମଧ୍ୟ କହି ନାହାନ୍ତି ଯେ ଯେଉଁ ଲୋକ ପାର୍ଟି ପ୍ରମୁଖ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ସେମାନେ ଭାରତୀୟ ଜନତା ପାର୍ଟି ସହିତ ମିଶିଛନ୍ତି।

ସେ କହିଛନ୍ତି କାର୍ଯ୍ୟକାରିଣୀ ବୈଠକରେ ମୁଁ ଯାହା କିଛି କହିଛି ତାହା ଦୁର୍ଭାଗ୍ୟବଶତଃ ଅଧିକାଂଶ ଲୋକ ଚିଠିର ପୂରା ଅଂଶ ଦେଖି ନାହାନ୍ତି। କାରଣ ଲିକ୍‌ ହୋଇଥିବା ଅଂଶ ଚିଠିର କିଛି ଭାଗ ଥିଲା। ପୂରା ପତ୍ରକୁ ନପଢି ଆମର କିଛି କଂଗ୍ରେସ ନେତା କହିଥିଲେ ଏହା ବିଜେପି ଇସାରା କରାଯାଇଛି। ମୁଁ କହିଥିଲି ଯଦି ସେମାନଙ୍କ ମଧ୍ୟରୁ କେହି ନେତା ଏହା ସାବ୍ୟସ୍ତ କରି ଦେବେ ଯେ ଏହା ବିଜେପି ଇସାରାରେ ହୋଇଛି ତେବେ ମୁଁ କଂଗ୍ରେସରୁ ଇସ୍ତଫା ଦେଇ ଦେବି।

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ନେତା ଗୁଲାବ ନବି ଆଜାଦ ସ୍ପଷ୍ଟ କରିଛନ୍ତି ଏହି ପତ୍ର ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ନଥିଲା। ମାତ୍ର କିଛି ନେତା ଏହାକୁ ଭୁଲ୍ ରଙ୍ଗ ଦେଇ ଦେଲେ। ଆଜାଦ କହିଛନ୍ତି ଗତ ମାସରେ ମଧ୍ୟ ଏମିତି କିଛି ଗୁଜବ ପ୍ରଚାରିତ ହୋଇଥିଲା ଯେ, ରାହୁଲ ଗାନ୍ଧୀ  କଂଗ୍ରେସର ଅଧ୍ୟକ୍ଷ ଭାବେ ଦଳକୁ ଫେରିବାକୁ ଚାହୁଁ ନାହାନ୍ତି ଏବଂ ସୋନିଆ ଗାନ୍ଧୀ  ପାର୍ଟିର ଅନ୍ତରୀକ୍ଷଣ ପ୍ରମୁଖ ଭାବେ ନିଜର କାର୍ଯ୍ୟ ଜାରି ରଖିବାକୁ ଚାହୁଁ ନାହାନ୍ତି।

   Related Posts