Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଇମ୍ରାନ ମୁକ୍ତ ହେବ ପାକିସ୍ତାନ ! ଚାଲିଛି ମୌଲାନାଙ୍କ “ଆଜାଦୀ ମାର୍ଚ୍ଚ”, ମିଳୁଛି ସମର୍ଥନ

29/10/2019 at 9:28 PM

ଲାହୋର୨୯|୧୦:   ଇମ୍ରାନ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଗାଦିରୁ ହଟାଇବା ପାଇଁ ପାକିସ୍ତାନରେ ରାଲି । ବିଭିନ୍ନ ଦଳର ଲୋକଙ୍କୁ ନେଇ ଏକ ବିଶାଳ ରାଲି ରାଜଧାନୀ ଇସ୍ଲାମାବାଦ ଅଭିମୁଖେ ଅଗ୍ରସର ହେଉଛି । ଏହାର ନେତୃତ୍ବ ନେଉଛନ୍ତି ସୁନ୍ନି ଧାର୍ମିକ ନେତା ଫଜଲୁର ରହମାନ ଓରଫ ମୌଲାନା ।

ଆନ୍ଦୋଳନକାରୀଙ୍କର ଏକ ମାତ୍ର ଦାବି ଇମ୍ରାନଙ୍କ ଇସ୍ତଫା । ପାକିସ୍ତାନରେ ଏହି ଶୋଭାଯାତ୍ରାର ନାମ ରଖାଯାଇଛି “ଆଜାଦୀ ମାର୍ଚ୍ଚ”ଜମିୟତ ଉଲେମା -ଏ-ଇସ୍ଲାମ-ଫଜଲ୍‌(JUI-F) ନେତା ଫଜଲୁର ରହମାନଙ୍କ ହଜାର ହଜାର ସଂଖ୍ୟାରେ ଇସ୍ଲାମାବାଦ ଅଭିମୁଖେ ପଦଯାତ୍ରା କରୁଛନ୍ତି ।

ଏହି ଯାତ୍ରା ଖୈବର ପଖତୁନ୍‌ୱା, ରାୱଲପିଣ୍ଡି, ପେଶାୱର ହୋଇ ୩୧ ଅକ୍ଟୋବରରେ ଇସ୍ଲାମାବାଦ ପହଞ୍ଚିବ ।  ଫଜଲୁରଙ୍କ “ଆଜାଦୀ ମାର୍ଚ୍ଚ”କୁ ବିରୋଧୀ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି । ଇମ୍‌ରାନଙ୍କ ରାଜନୈତିକ କ୍ୟାରିୟର ପାଇଁ ଅକ୍ଟୋବର ୩୧ର ଏହି ସମାବେଶ ଅଧିକ ଗୁରୁତ୍ବପୂର୍ଣ୍ଣ । ମୌଲାନାଙ୍କ “ଆଜାଦୀ ମାର୍ଚ୍ଚ”କୁ ନେଇ ଶଙ୍କାରେ ଅଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ।

   Related Posts