Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୁରୀ ବେଳାଭୂମିରେ ଆଜାଦି କା ଅମୃତ ମହୋତ୍ସବ, ଯୋଗଦେଲେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ

7/10/2021 at 11:47 AM

ପୁରୀ ୭।୧୦: ପୁରୀ ବେଳାଭୂମିରେ ଆଜାଦିକା ଅମୃତ ମହୋତ୍ସବ । ଦୁଇଦିନିଆ ପୁରୀ ଗସ୍ତରେ ଆସି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ଚୋବେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପୁରୀ ବ୍ଲୁ-ଫ୍ଲାଗ୍ ବିଚରେ ଆୟୋଜିତ କାର୍ଯ୍ୟକ୍ରମରେ ଝାଉଁ ଚାରା ରୋପଣ ସହ ବାଲୁକାକୃତି ପରିଦର୍ଶନ କରିଥିଲେ । ପରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଦିନ ସାଢେ ୪ଟାରେ ଭୁବନେଶ୍ବର ଫେରିଯିବେ କେନ୍ଦମନ୍ତ୍ରୀ ।

   Related Posts