ଏଥର R- day ପରେଡରେ ଦେଖିବାକୁ ମିଳିବେନି ଆଜାଦହିନ୍ଦ ଫୌଜ veteran

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫।୧:  ସାଧାରଣତନ୍ତ୍ର ଦିବସ ପରେଡରେ ଚଳିତବର୍ଷ ଆଜାଦ ହିନ୍ଦ ଫୌଜ ଭେଟେରାନଙ୍କୁ ଏଥର ଦେଖାଯାଇପାରିବନି। ରାଜଧାନୀବାସୀ ୨୦୧୯ ସାଧାରଣନ୍ତ୍ର ପରେଡରେ ଆଜାଦ ହିନ୍ଦ ଫୌଜ ସେନାନୀ ଆଇଏନଏ ଭେଟେରାନଙ୍କୁଦେଖିଥିଲେ। ହେଲେ ଏଥର ସେମାନଙ୍କୁ ପରେଡରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇନଥିବା ଜଣାପଡିଛି। ଏ ନେଇ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚୀତ କରିବା ସହ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି।

wp:html /wp:html

ସ୍ୱାଧୀନତା ପରଠାରୁ ପ୍ରତ୍ୟେକ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଆଇଏନଏ ଭେଟେରାନଙ୍କୁ ସମାନ୍ ଗୁରୁତ୍ୱ ଦିଆଯାଇ ଆସିଛି। ଏପରିକି ଗତବର୍ଷ ପର୍ଯ୍ୟନ୍ତ ମଧ୍ୟ ଏହା କାୟମ ଥିବାବେଳେ ଅଚାନକ ଏପରି ପରିବର୍ତ୍ତନକୁ ସହଜରେ ସ୍ୱାମୀ ଗ୍ରହଣ କରିପାରିନାହାନ୍ତି। ତେବେ ସ୍ୱାମୀଙ୍କ ଟ୍ୱିଟ୍‌ରେ ନେତାଜୀଙ୍କ ବଡ ନାତି ଚନ୍ଦ୍ରକୁମାର ବୋଷ ରିଟ୍ୱିଟ୍ କରି ଯଦି ଏହା ସତ୍ୟ ହୋଇଥାଏ ତେବେ ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ ଠାରୁ ଦେଶବାସୀ ନିଶ୍ଚିତ ସ୍ପଷ୍ଟିକରଣ ଆଶା କରିାପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି।

wp:html /wp:html

ସୁଭାଷଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନ୍ୟାସନାଲ ଆର୍ମି (ଆଇଏନଏ) ଦେଶର ସ୍ୱାଧୀନତା ସଂଗ୍ରାମରେ କେବଳ ସଶସ୍ତ୍ର ଯୋଗଦାନ ଦେଇନଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦୁଇଟି ସାମରିକ ସଂଗ୍ରାମ ମଧ୍ୟ କରିଥିଲା। ଏଣୁ ଦେଶର ଜାତୀୟ ଦିବସ ସମାରୋହରେ ଆଇଏନଏ ସଦସ୍ୟଙ୍କୁ ସମ୍ମାନ ସହକାରେ ସାମିଲକରାଯାଇଥାଏ। ତେବେ ଏଥର ପ୍ରଥମ ଥର ବ୍ୟତିକ୍ରମ ହେବାକୁ ଯାଉଛି।  

{"id":215872,"sizeSlug":"large"}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.