ରୋମାନ୍ସ କରୁଥିଲେ ଆୟୁଷ୍ମାନ, ହଠାତ୍‌ ପହଞ୍ଚିଗଲା ପୋଲିସ୍..

Published By : Prameya-News7 Bureau | November 10, 2021 IST

ନୂଆଦିଲ୍ଳୀ ୧୦।୧୧  : ରୋମୋନ୍ସ କରୁଥିବାବେଳେ ପୋଲିସ୍ ହାବୁଡରେ ପଡିଲେ ଅଭିନେତା ଆୟୁଷ୍ମାନ । ଲୁଚା ଛପରେ ଚାଲିଥିଲା ପ୍ରେମ। ଚଣ୍ଡିଗଡରେ ସେ ଡେଟିଂ କରୁଥିଲେ। ହେଲେ ଏହି ସମୟରେ ହଠାତ ପୁଲିସ ଆସି ତାଙ୍କୁ ଧରିଛି। ପ୍ରକୃତରେ ତାଙ୍କ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ ଏକ ରୋମାଣ୍ଟିକ ସିନ୍‌ର ସୁଟିଂ କରୁଥିଲେ ଆୟୁଷ୍ମାନ ଏବଂ ଅଭିନେତ୍ରୀ ବାଣୀ କପୁର। ଏହି ସମୟରେ ଚଣ୍ଡିଗଡରେ ଜଣେ ପୁଲିସ ଅଧିକାରୀ ଆସି ତାଙ୍କୁ ଧରିଥିଲା। କେବଳ ସେତିକି ନୁହେଁ ଦୁହିଁଙ୍କୁ ଜେରା ମଧ୍ୟ କରିଥିଲେ। ଏହାକୁ ନେଇ ନିକଟରେ ଆୟୁଷ୍ମାନ ନିଜେ ଖୁଲାସା କରିଛନ୍ତି ।

wp:html
/wp:html

ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଟ୍ରେଲର ଲଞ୍ଚ ଇଭେଣ୍ଟ ବେଳେ ଆୟୁଷ୍ମାନ ଏ ସମସ୍ତ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଚଣ୍ଡିଗଡରେ ଯଦି କୌଣସି ପୋଲିସ୍ ଅଫିସର ଦମ୍ପତିଙ୍କୁ ରୋମାନ୍ସ କରିବା ଦେଖିନିଅନ୍ତି ତେବେ ତାଙ୍କୁ ଛାଡନ୍ତି ନାହିଁ। ସୁଟିଂ ବେଳେ ଆମକୁ ମଧ୍ୟ କିଛି ଏଭଳି ହିଁ ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଥିଲା। ପୋଲିସ୍ ଅଧିକାରୀ ଜଣକ ଆମ ପାଖକୁ ଆସି ଆମକୁ ଜେରା କରିଥିଲା। ତେଣୁ ଚଣ୍ଡିଗଡରେ ଆଶିକି କରିବା ଟିକେ ମୁସ୍‌କିଲ୍‌ ବୋଲି ସେ କହିଛନ୍ତି। ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଲିଡ୍‌ ରୋଲରେ ଆୟୁଷ୍ମାନ ଖୁରାନା ଅଛନ୍ତି। ତାଙ୍କ ଅପୋଜିଟ୍‌ରେ ପ୍ରଥମ ଥର କରି ନଜର ଆସିବେ ବାଣୀ କପୁର। ଏଥିରେ ଆୟୁଷ୍ମାନଙ୍କୁ ଜଣେ ଜିମ୍‌ ଟ୍ରେନର ଭୂମିକାରେ ଦେଖିବାକୁ ମିଳିବ। ସେହିପରି ବାଣୀ ମଧ୍ୟ ଜୁମ୍ବା ଟ୍ରେନର ଚରିତ୍ରରେ ନଜର ଆସିବେ।

wp:html
/wp:html

ଫିଲ୍ମର ଅଧିକାଂଶ ସୁଟିଂ ଚଣ୍ଡିଗଡରେ କରାଯାଇଛି। ନିଜ ହୋମ୍‌ ଟାଉନରେ ସୁଟିଂ ବେଳେ ଆୟୁଷ୍ମାନ ପୁରୁଣା ଦିନଗୁଡିକୁ ମନେ ପକାଇ ବେଶ୍‌ ଭାବୁକ ହୋଇପଡିଛନ୍ତି। ଫିଲ୍ମଟି ଆସନ୍ତା ଡିସେମ୍ବର ୧୦ ତାରିଖରେ ବଡ ପରଦାରେ ରିଲିଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.