Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

୨.୪୩ କୋଟି ଟଙ୍କାର ଏହି କାର କିଣିଲେ ଆୟୁଷ୍ମାନ ଖୁରାନା, ଫିଚ୍‌ର ଜାଣିଲେ ଆପଣ ବି ହୋଇଯିବେ ଫ୍ୟାନ୍‌, ଦେଖନ୍ତୁ ଭିଡିଓ

11/07/2021 at 6:38 PM

ନୂଆଦିଲ୍ଲୀ ୧୧/୦୭: ବଲିଉଡର ଲୋକପ୍ରିୟ ଅଭିନେତା ଏବଂ ଗାୟକ ଆୟୁଷ୍ମାନ ଖୁରାନା ଏକ ବିଳାଶପୂର୍ଣ୍ଣ କାର କିଣିଛନ୍ତି । ଯାହାକୁ ନେଇ ଫ୍ୟାନ୍ସଙ୍କ ଗହଣରେ ଚର୍ଚ୍ଚା ଜୋର। ସେ ମର୍ସିଡିଜ୍‌-ମେବ୍ୟାଚ୍‌ GLS600 କିଣିଛନ୍ତି। ଏହି ଏସୟୁଭି ସହ ଆୟୁଷ୍ମାନ ନଜର ଆସିଛନ୍ତି। ଏହାର ଏକ ଭିଡିଓ ବଲିଉଡର ଜଣେ ଫଟୋଗ୍ରାଫର ପୋଷ୍ଟ କରିଛନ୍ତି।

କମ୍ପାନୀ ଏହି ଏସୟୁଭିର ୫୦ ୟୁନିଟସ୍‌ ବଜାରକୁ ଆଣିଥିଲା ଏବଂ ସମସ୍ତ କାର ବିକ୍ରି ହୋଇସାରିଛି। ଏସୟୁଭିର ଏକ୍ସ ସୋରୁମ୍‌ ମୂଲ୍ୟ ୨.୪୩ କୋଟି ଟଙ୍କା ରହିଛି। ଆସନ୍ତୁ ଜାଣିବା Mercedes-Maybach GLS600 ସମ୍ପର୍କରେ…

ଭାରତରେ ଲଞ୍ଚ ହୋଇଥିବା ଏହି ଏସ୍‌ୟୁଭି ରେଡିଏଟର ଗ୍ରିଲ୍‌, ୨୨ ଇଞ୍ଚ ଏବଂ ୨୩ ଇଞ୍ଜର ଏଲୋୟ ହ୍ବିଲ୍‌, ଡି ପିଲରରେ ମେବ୍ୟାଚ୍‌ ବ୍ରାଣ୍ଡ ଏବଂ କ୍ରୋମ୍‌ ଇନସର୍ଟ ଦିଆଯାଇଛି। ସେହିଭଳି ଇଣ୍ଟରିୟର ସମ୍ପର୍କରେ କହିଲେ ତେବେ ଏହାର କ୍ୟାବିନ୍‌ରେ ପାଓ୍ବାର ଲେଟ୍‌ ସିଟସ୍‌, ଭେଣ୍ଟିଲେଟେଡ୍‌ ସିଟସ୍‌ ମସାଜ୍‌ ଫଙ୍କସନ୍‌ ସହ ରହିଛି । ଏହା ସହ ରିୟର ସିଟ୍‌ରେ ବସୁଥିବା ବ୍ୟକ୍ତି ଟ୍ୟାବଲେଟ୍‌ ସ୍କ୍ରିନ୍‌ରେ କୌଣସି ପ୍ରକାର ଫିଚର୍ସ ଏକ୍ସେସ୍‌ କରିପାରିବେ।

ଏହା ସହିତ ଅଡିଓ, କ୍ଲାଇମେଟ୍‌ କଂଟ୍ରୋଲ୍‌, ଏମ୍ବିୟଣ୍ଟ ଲାଇଟିଂ, ସନଶେଡ୍‌ ଏବଂ ନେଭିଗେସନ୍‌ ଫିଚ୍‌ର ରହିଛି। ଏଥିରେ ଏକ ଫୋଲ୍ଡିଂ ଟେବଲ୍‌ ଏବଂ ଏକ ଛୋଟ ଫ୍ରିଜ୍‌ ଦିଆଯାଇଛି। ଏହି ଏସ୍‌ୟୁଭିରେ ୩,୯୮୨ ସିସିର ଭି୮ ଇଞ୍ଜିନ୍‌ ଖଞ୍ଜାଯାଇଛି। ଯାହାକି ୫୫୭ ବିଏଚ୍‌ପି ପାଓ୍ବାର ଏବଂ ୭୩୦ ଏନଏମ ପିକ୍‌ ଟର୍କ ଜେନେରେଟ୍‌ କରୁଛି। କେବଳ ୪.୯ ସେକେଣ୍ଡରେ ଏସୟୁଭି ୦ରୁ ୧୦୦ କିମି ପ୍ରତି ଘଣ୍ଟା ସ୍ପିଡ୍‌ରେ ପହଞ୍ଚିପାରିବ।

ଏହାର ଟପ୍‌ ସ୍ପିଡ୍‌ ୨୫୦ କିମି ପ୍ରତି ଘଣ୍ଟା। Mercedes-Maybach GLS600 ବ୍ୟତୀତ ଅନ୍ୟ କିଛି ଲକଜୁରୀ କାରର ମାଲିକ ଆୟୁଷ୍ମାନ ଖୁରାନା। ତାଙ୍କ ପାଖରେ Audi A6 saloon, BMW 5 series ଏବଂ Mercedes Benz S Class ସେଡାନ୍‌ ରହିଛି।

   Related Posts