ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଲେ କେନ୍ଦ୍ର ସରକାର, ରାଜ୍ୟରେ ଲାଗୁ କରାଯାଉ ଆୟୁଷ୍ମାନ ଯୋଜନା…
25/12/2019 at 7:02 PM

ଭୁବନେଶ୍ବର୨୫/୧୨: ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ଓଡିଶା ସରକାରଙ୍କୁ ପୁଣି ଆହ୍ବାନ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଏହି ଯୋଜନାକୁ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହା ଦ୍ବାରା ଓଡିଶାର ବହୁ ହିତାଧିକାରୀ ସାମିଲ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଆଜି ଏମଏସରେ ଅଟଳ ବିହାରି ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦୁଇ ମନ୍ତ୍ରୀ ଆୟୁଷମାନ ଯୋଜନା ଲାଗୁ କରିବାକୁ ଅପିଲ କରିଛନ୍ତି । ସେପଟେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ଅବଗତ କରାଇଛନ୍ତି ରାଜ୍ୟରେ କିଛି ଦାବି କେନ୍ଦ୍ର ଗ୍ରହଣ କଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାରେ ଅସୁବିଧା ନାହିଁ।
ଏସଇସିସି ଡାଟା ଅନୁସାରେ ହିତାଧୀକାରୀ ଚୟନ ନକରି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଡାଟା ବେସକୁ ଗ୍ରହଣ କଲେ ଦୁଇ ଯୋଜନା ମିଶ୍ରଣ ହୋଇପାରିବ । ଏହା ହେଲେ କେନ୍ଦ୍ରୀୟ ଅଂଶ ବାବଦ ୬୦ ପ୍ରତିଶତ ଅର୍ଥ ରାଜ୍ୟରେ ସ୍ବାସ୍ଥ୍ୟ ସେବା ପାଇଁ ବିନିଯୋଗ ହୋଇପାରିବ ।