Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ୟାମୀଙ୍କୁ ‘କିସ୍’ କରି ଏପରି ଫସିଥିଲେ ଆୟୁଷ୍ମାନ, ପତ୍ନୀ ଦେଇଥିଲେ ଅଲ୍ଟିମେଟମ୍

16/09/2019 at 5:41 PM

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଆଜିକାଲି ତାଙ୍କ ଫିଲ୍ମ ‘ଡ୍ରିମ ଗାର୍ଲ’କୁ ନେଇ ଖୁବ୍ ଚର୍ଚ୍ଚାରେ । ତେବେ ସବୁଠୁ ବଡ କଥା ହେଉଛି ଏବେ ସେ ‘ମେକର୍ସ ଫେବରେଟ’ ବନିଯାଇଛନ୍ତି। କାରଣ ତାଙ୍କ ଅଭିନୀତ ‘ବିକ୍କି ଡୋନର’ଠୁ ଆରମ୍ଭ କରି ‘ବରେଲୀ କି ବର୍ଫି’ ପର୍ଯ୍ୟନ୍ତ ସବୁ ଫିଲ୍ମ ସୁପର ଡୁପର ହିଟ୍ ହୋଇଛି। ତେବେ ହୁଏତ ଆପଣ ଜାଣିନଥିବେ ଆୟୁଷ୍ମାନଙ୍କ ଡେବ୍ୟୁ ଫିଲ୍ମ ‘ବିକ୍କି ଡୋନର’ ଏକଦା ତାଙ୍କ ପରିବାରରେ ଗୁରୁତର ସମସ୍ୟା ସୃଷ୍ଟି କରିଥିଲା। ଫିଲ୍ମର ଏକ ଦୃଶ୍ୟ ଲାଗି ସ୍ୱାମୀସ୍ତ୍ରୀଙ୍କ ମନାନ୍ତର ଏପରି ପରିସ୍ଥିତିକୁ ଚାଲିଯାଇଥିଲା ଯେ ପତ୍ନୀ ତାହିରା କଶ୍ୟପ ତାଙ୍କୁ ଅଲ୍ଟିମେଟମ ବି ଦେଇଥିଲେ। ତାବେ ଆସନ୍ତୁ ଜାଣିବା ପୁରାଘଟଣା କଣ।

ଆୟୁଷ୍ମାନଙ୍କ ସହ ଫିଲ୍ମରେ ୟାମୀ ଗୌତମ ବି ଅଭିନୟ କରୁଥିଲେ। ଏଥିରେ ୟାମୀଙ୍କ ସହ ଆୟୁଷ୍ମାନଙ୍କର ଏକ ଚୁମ୍ବନ ଦୃଶ୍ୟ ହିଁ  ଏହି ବିବାଦ ସୃଷ୍ଟି କରିଥିଲା। ଦୃଶ୍ୟ ସ୍କ୍ରିନରେ ଦେଖିବା ପରେ ଆୟୁଷ୍ମାନଙ୍କ ଉପରେ ପତ୍ନୀ ତାହିରା ପୁରା ଖପ୍ପା ହୋଇଯାଇଥିଲେ। ବୁଝାମଣା ପରିସ୍ଥିତିରେ ନଥିଲେ ତାହିରା। ସିଧା ଆୟୁଷ୍ମାନଙ୍କୁ ଅଲ୍ଟିମେଟମ ଦେଇଥିଲେ ‘ଫିଲ୍ମ କରିବାର ଅଛି ତ କିସ୍ କରିବନି, ଯଦି କିସ୍ କରିବାକୁ ଏତେ ଇଚ୍ଛା ତେବେ ଆଉ ଫିଲ୍ମ କରିବନି’। ହେଲେ ଏବେ ତାହିରା ବି ବୁଝିଗଲେଣି ବୋଲି ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଆୟୁଷ୍ମାନ ।

ସାକ୍ଷାତକାରରେ ତାହିରା ବି ଜଣେ କଳାକାର ବୋଲି କହିଛନ୍ତି ଆୟୁଷ୍ମାନ। ଏଣୁ ଅଭିନୟର ଛୋଟମୋଟ ଘଟଣା ପାଇଁ ଏବେ କମ୍ପ୍ରମାଇଜ୍ କରିବା ଶିଖିଗଲେଣି । ବାସ୍ତବରେ ଆୟୁଷ୍ମାନ ତାଙ୍କ ପତ୍ନୀଙ୍କୁ ଖୁବ୍ ଭଲ ପାଆନ୍ତି। ୨୦୧୦ରେ ସେମାନେ ବିବାହ କରିଥିଲେ। ସେମାନଙ୍କର ୨ଟି ସନ୍ତାନ ବରୁଷ୍କା ଓ ବୀରାଜବିର ବି ଅଛନ୍ତି। ଯେତେବେଳେ ତାହିରାଙ୍କ ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ଜଣାପଡିଲା ବିଜି ସିଡ୍ୟୁଲ ସତ୍ତ୍ୱେ ଆୟୁଷ୍ମାନ ଦିନ ଦିନ ତାଙ୍କ ପାଖରେ ଜଗି ରହୁଥିଲେ। ଏଥିରୁ ଆୟୁଷ୍ମାନ ଓ ତାହିରାଙ୍କ ସମ୍ପର୍କ କିପରି ତାହା ପାଠକେ ଖୁବ୍ ଅନୁଭବ କରିପାରୁଥିବେ।

   Related Posts