ଆୟୁଷ୍ମାନ ଖୁରାନାଙ୍କ ଘରକୁ ଆସିଲା ନୂଆ ଅତିଥି, ଫଟୋ ପୋଷ୍ଟ କରି ତାହିରା କଶ୍ୟପ୍ ଲେଖିଲେ It’s a Girl…
14/12/2020 at 1:53 PM

ମୁମ୍ବାଇ ୧୪/୧୨ : ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ତାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ଘରକୁ ନୂଆ ଅତିଥି ଆସିଛି। ତାହିରା ସୋସିଆଲ ମିଡ଼ିଆରେ ନୂଆ ଅତିଥିକୁ ସ୍ୱାଗତ କରିଛନ୍ତି। ତାହିରା କଶ୍ୟପ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ‘ଆମ ପରିବାରର ନୂଆ ସଦସ୍ୟ। ଇଏ ଶିଶୁ କନ୍ୟା ଓ ତା’ ନାଁ ପିନଟ୍…’ ପିନଟ ଆୟୁଷ୍ମାନ ଓ ତାହିରାଙ୍କ ନୂଆ ପୋଷା କୁକୁର। ତାହିରା ତା’ ସହ ଫଟୋ ମଧ୍ୟ ସେୟାର କରିଛନ୍ତି। ତାହିରା ଲେଖିଛନ୍ତି, ଆମେ ପିନଟକୁ ବହୁତ ଭଲପାଉ। ତାର ବି ଗୋଟିଏ କାହାଣୀ ଅଛି।
ତାହିରା କଶ୍ୟପଙ୍କ ପୋଷ୍ଟରେ ତାଙ୍କ ଦିଅର ତଥା ଆୟୁଷ୍ମାନ ଖୁରାନାଙ୍କ ଭାଇ, ଅଭିନେତ୍ରୀ କୃତି ସାନନ୍, ୟାମୀ ଗୌତମ୍, ନୁସରତ୍ ଭରୁଚା, ନୀତି ମୋହନ୍, ତାର ଶର୍ମା ଓ ଅନେକ ଅଭିନେତା ଅଭିନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି ଓ କମେଣ୍ଟ ଦେଇଛନ୍ତି।
Related Posts
ଯବାନଙ୍କ ସହ ସେନା ଦିବସ ପାଳନ କଲେ ଅକ୍ଷୟ କୁମାର : ଖେଳିଲେ ଭଲିବଲ୍
15 January 2021