ଆଲକୋହଲ ବେସଡ୍ ମେକ୍‌ଅପ ଦ୍ବାରା ଭୂମିଙ୍କୁ ଫିଲ୍ମ ପାଇଁ କରାଯାଉଥିଲା ପ୍ରସ୍ତୁତ, ସ୍କଲ କ୍ୟାପ ଲଗାଉଥିଲେ ଆୟୁଷ୍ମାନ ଖୁରାନା

Published By : Prameya-News7 Bureau | October 30, 2019 IST

ମୁମ୍ବାଇ୩୦|୧୦: ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ବାଲା’ ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଭୂମି ପେଦନେକର ଓ ଅଭିନେତା ଆୟୁଷ୍ମାନ ଖୁରାନା ସମ୍ପୂର୍ଣ୍ଣ ଅଲଗା ଲୁକରେ ନଜର ଆସିବେ। ତାଙ୍କର ଏହି ଲୁକ ପ୍ରସ୍ତୁତ କରିବା ପାଇଁ ପ୍ରୋସ୍ତେଟିକ୍‌ ଓ ମେକ୍‌ଅପର ମୁଖ୍ୟ ଭୂମିକା ରହିଛି। ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କୁ ଚନ୍ଦା ଦେଖାଯାଇଛି ଓ ଭୂମିଙ୍କୁ ଡାର୍କ ସ୍କିନ ଟୋନ ଲୁକ୍‌ ଦିଆଯାଇଛି। ଆୟୁଷ୍ମାନଙ୍କୁ ଏଭଳି ଲୁକ୍ ସ୍କଲ କ୍ୟାପ ଲଗାଇ କରାଯାଇଛି। ଏହେଲେ ଭୂମିଙ୍କ ଲୁକ୍‌ ପାଇଁ ମେକର୍ସ ଆଲକୋହଲ ବେସଡ୍ ମେକ୍‌ଅପର ସାହାଯ୍ୟ ନେଇଛନ୍ତି।

{"id":176949}

ଫିଲ୍ମରେ ଭୂମି ଶ୍ୟାମଳ ରଙ୍ଗରେ ନଜର ଆସିବେ। ସାଧାରଣତଃ ଶ୍ୟାମଳ ରଙ୍ଗର ମେକଅପ ଦେବା ପାଇଁ ଅଧିକ ସମୟ ଲାଗେ ନାହିଁ। କଲର ଓ ଟଚଅପ୍‌ରେ କାମ ହେଉଥିଲା। ହେଲେ ଭୂମିଙ୍କୁ ପ୍ରସ୍ତୁତ କରିବା ଲାଗି ଟିମ୍‌କୁ ୨ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା। ଭୂମିଙ୍କ ରଙ୍ଗ ସହ ଅନେକ ପରୀକ୍ଷା ନିରିକ୍ଷା  କରାଯାଉଥିଲା। ସେହି ସମୟରେ ସେ ମ୍ୟୁଜିକ୍‌ ଶୁଣନ୍ତି। ମେକଅପ୍‌ ପାଇଁ ଆଲକୋହଲ ବେସଡ୍ ମେକଅପ୍‌ ପ୍ରସ୍ତୁତ କରାଯାଉଥିଲା। ଯାହାକୁ ଧୀରେ ଧୀରେ ଭୂମିଙ୍କ ମୁହଁରେ ସ୍ପ୍ରେ କରାଯାଉଥିଲା।

{"id":176950}

ସୁଟିଂ ସମୟରେ ବିଭିନ୍ନ ଟାଇମ୍‌ ଇଣ୍ଟରଭାଲରେ ତାଙ୍କ ମେକଅପ୍‌ ଲେୟରିଂ ସହ ଟଚ୍‌ଅପ କରାଯାଉଥିଲା। ଆୟୁଷ୍ମାନ ମେକଅପ୍‌ ପାଇଁ ସକାଳ ୪ଟାରୁ ଉଠୁଥିଲେ ଓ ତାଙ୍କ ମେକଅପ ପ୍ରକ୍ରିୟାରେ ପାଖାପାଖି ୩ ଘଣ୍ଟା ଲାଗୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.