ଜମ୍ମୁ-କାଶ୍ମୀରରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
26/12/2020 at 2:22 PM

ଶ୍ରୀନଗର,୨୬/୧୨: ଜମ୍ମୁ-କାଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଉପହାର ପ୍ରଦାନ କରିଛନ୍ତି । ମୋଦୀ ଜମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭିଡିଓ କନଫରେନ୍ସିଂରେ ଯୋଡି ହୋଇତିଲେ । ଏହାସହ ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ମୋଦୀ ଜମ୍ମୁ-କାଶ୍ମୀରବାସୀଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ହେଉଛି ଜମ୍ମୁ-କାଶ୍ମୀର ପାଇଁ ଏକ ଐତିହାସିକ ଦିନ । ଆଜିଠାରୁ ଜମ୍ମୁ-କାଶ୍ମୀର ବାସିନ୍ଦା ଆୟୁଷ୍ମାନ ଯୋଜନାର ଲାଭ ଉଠାଇପାରିବେ । ଏହାସହ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜମ୍ମୁ-କାଶ୍ମୀରବାସୀ ପ୍ରଶାସନ ଉପରେ ଭରସା କରୁଛନ୍ତି । ନିକଟରେ ହୋଇଥିବା ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି । ଏବେ ଏଠାରେ ପଞ୍ଚାୟତିରାଜ ବ୍ୟବସ୍ଥାରୁ ସୁଦୃଢ କରାଯିବ । କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ଅନେକ ଲୋକ ଜମ୍ମୁ-କାଶ୍ମୀରରେ ଅନୁଷ୍ଠିତ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦେଖିଛନ୍ତି ।
ଏହାସହ ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀର ପ୍ରଶାସନର ଉପଲବ୍ଧିକୁ ଜନତାଙ୍କ ଆଗରେ ପ୍ରକାଶ କରିଥିଲେ । ତେବେ ପଶ୍ଚିମବଙ୍ଗରେ ରାଜ୍ୟବାସୀଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ମିଳିବା କଷ୍ଟକର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।