କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ପ୍ୟାକେଜକୁ ଆଇଏମଏର ବିରୋଧ

Published By : Prameya-News7 Bureau | June 25, 2018 IST

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ପ୍ୟାକେଜକୁ ଆଇଏମଏର ବିରୋଧ । ଇଣ୍ଡିଆନ ମେଡିକାଲ ଆସୋସିଏସନର କାର୍ଯ୍ୟକାରୀ କମିଟି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ତଥା ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ଗୁରୁତ୍ବ ପୂର୍ଣ୍ଣ ବୈଠକ କରିଛି ଆଇଏମ୍ ଏ । ୧୦ ବିଶିଷ୍ଟ ପଞ୍ଜିକରଣ ଡାକ୍ତରଖାନା ଗୁଡ଼ିକୁ ତାଲିକା ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ରାଜି ଥିବାରୁ ଆଇଏମଏ ପ୍ରଶଂସା କରିଛି । ତେବେ ବର୍ତ୍ତମାନର ପ୍ୟାକେଜ ନେଇ କର୍ତ୍ତୃପକ୍ଷ ଚିନ୍ତା ବ୍ୟକ୍ତ କରିଛନ୍ତି । ସରକାର ରୋଗୀମାନଙ୍କୁ ହସ୍ପିଟାଲର ବିପଦ ମୁହଁକୁ ଠେଲି ଦେଉଥିବା କହିଛି । କମ୍ ଅର୍ଥ ଯୋଗୁ ସ୍ବାସ୍ଥ୍ୟ ସେବାର ମାନ ହ୍ରାସ ପାଇବା ସହିତ ବ୍ୟାପକ ଦୁର୍ନୀତି ହେବ । ଏହା ରୋଗୀଙ୍କ ଉପରେ ଅତି ଖରାପ ପ୍ରଭାବ ପକାଇବ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି । ଆଇଏମଏ ସରକାରଙ୍କ ସପକ୍ଷେରେ ଥିବା କହାଯାଉଥିବା ବେଳେ ଏହାର ପ୍ୟାକେଜ, ପାଣ୍ଠି ଆବଣ୍ଟନ ଓ ବୀମା ମଡ଼େଲକୁ ନେଇ ପ୍ରତିବାଦ କରୁଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି ଆଇଏମଏ । ବର୍ତ୍ତମାନର ବ୍ୟବସ୍ଥାରେ ୧୫ % ଲାଭ ହାରରେ କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ମଧ୍ୟସ୍ଥଙ୍କ ହାତକୁ ଯାଉଛି । ତେଣୁ ସମସ୍ତ ପକ୍ଷଙ୍କୁ ବିଶ୍ବାସକୁ ନନେଲେ ଏହି ବ୍ୟବସ୍ଥା ଭୁଷୁଡ଼ି ପଡ଼ିବ । ଏଥି ସହିତ ଛୋଟ ଓ ମଧ୍ୟମ ଧରଣ ଡାକ୍ତରଖାନା ଗୁଡ଼ିକ ମଧ୍ୟ ବନ୍ଦ ହେବାର ଆଶଙ୍କା ରହିଛି । ତେଣୁ ସରକାର ଯୋଜନାକୁ ଧ୍ୟାନ ଦେଇ ସହଯୋଗ କରିଲେ ଆଇଏମଏ ସାହର୍ଯ୍ୟ କରିବ ବୋଲି ବରିଷ୍ଠ ଅଧିକାରୀ ମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.