ରାଜ୍ୟରେ ଲାଗୁ ହୋଇପାରେ ଆୟୁଷ୍ମାନ ଭାରତ ଯୋଜନା, ବିରୋଧୀ କହିଲେ ନବୀନଙ୍କ ଆଉ କିଛି ଚାରା ନାହିଁ

Published By : Prameya-News7 Bureau | June 06, 2019 IST

ଭୁବନେଶ୍ବର୬|୬; ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଫୋନରେ କଥା ହେଉଛନ୍ତି। ଏହାକୁ ​‌ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ ଏବେ ସମାଲୋଚନା ଆରମ୍ଭ କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ରାଜ୍ୟ ରାଜକୋଷରେ ଏବେ ଅର୍ଥ ସଙ୍କଟ ଧରିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ସେତିକି ଟଙ୍କା କେମିତି ବଞ୍ଚିବ ସେଥିପାଇଁ ପ୍ରାୟସ କରୁଛନ୍ତି। ଏହା ସହ ବିଜେପି ସହ ଭଲ ସମ୍ପର୍କ ରଖିବାକୁ ବିଜେଡି ପ୍ରାୟସ କରୁଛି, ସେଥିପାଇଁ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମନ ବଳାଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏପଟେ ବିଜେପି କହିଛି ନିର୍ବାଚନ ସରିଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଉ ବାଟ କିଛି ନାହିଁ ବାଧ୍ୟ ହୋଇଛନ୍ତି ଆୟୁଷ୍ମାନ ଭାରତ ଲାଗୁବରିବାକୁ ବୋଲି ବିଜେପି କହିଛି। ଏପଟେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ପ୍ରଥମିକ ଆଲୋଚନା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.