Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବା ନେଇ ରାଜ୍ୟକୁ ପ୍ରସ୍ତାବ

4/06/2019 at 2:40 PM

ଭୁବନେଶ୍ବର ୪|୬: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଆୟୁଷ୍ମାନ ଭାରତର ସିଇଓ ଇନ୍ଦୁଭୂଷଣ । ଆଲୋଚନାରେ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ । କେନ୍ଦ୍ରର ଏହି ପ୍ରମୁଖ ସ୍ବାସ୍ଥ୍ୟ ଯୋଜନା ଓଡିଶାରେ ଲାଗୁ ନହେବାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବେଶ୍ କିଛି ଦିନ ଧରି ଟଣା ଓଟରା ଚାଲିଥିଲା । ଏନେଇ କେନ୍ଦ୍ର ଓଡିଶା ସରକାରଙ୍କୁ ମଧ୍ୟ ବାରମ୍ବାର ଅନୁରୋଧ କରିଥିଲା । ଏପରିକି ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଟକ୍କରର ଏହା ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ତେବେ ନୂଆ ସରକାର ଆସିବା ପରେ ସ୍ଥିତି ବଦଳିବା ନେଇ ଆଶା କରାଯାଉଛି । ଗୋଟିଏ ପଟେ କେନ୍ଦ୍ରରେ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଡ. ହର୍ଷବର୍ଦ୍ଧନ ଏନେଇ ୫ ରାଜ୍ୟ ସହିତ ସାନି ଯୋଗାଯୋଗ କରିବାକୁ ଅଣ୍ଟା ଭିଡିଛନ୍ତି । ଓଡିଶା ସମେତ ୫ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆୟୁଷ୍ମାନ ଭାରତ ସିଇଓ ଇନ୍ଦୁଭୂଷଣ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଯଦି ଲାଗୁ କରାଯାଏ ତେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରୂପରେଖ କଣ ହେବ ସେନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ବାଭାବିକ ।

   Related Posts