ପ୍ରତିରୋଧକ କ୍ଷମତା ବଢାଇବ ଆୟୁର୍ବେଦିକ ଚା' : ପ୍ରସ୍ତୁତି ପ୍ରଣାଳୀ ସେୟାର କଲେ ଆୟୁଷ ମନ୍ତ୍ରାଳୟ

Published By : Prameya-News7 Bureau | May 25, 2020 IST

ନୂଆଦିଲ୍ଲୀ ୨୫/୦୫ : କରୋନା ଭାଇରସ ସାରା ଦୁନିଆରେ ବିସ୍ତାର ଲାଭ କରିସାରିଛି | ଦେଶରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି | ଫଳରେ ଲୋକଙ୍କ ମନରେ ପ୍ରତିଦିନ ନୂଆ ନୂଆ ପ୍ରଶ୍ନ ଉଠୁଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିଶେଷଜ୍ଞ କାରଣ ସମ୍ବନ୍ଧୀୟ ଅନେକ ସୂଚନା ଜାରି କରିଛନ୍ତି |  

{"id":275901,"width":582,"height":323,"sizeSlug":"large"}

ଜାଣନ୍ତୁ କାରଣ ସମ୍ପର୍କୀୟ କିଛି ପ୍ରଶ୍ନର ଉତ୍ତର

୧. ପ୍ରଥମଥର ପାଇଁ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି କି ?

ନା, ପ୍ରଥମଥର ପାଇଁ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉନାହିଁ | ଏହା ପୂର୍ବରୁ ୨୦୦୨-୦୩ ମସିହାରେ ସାର୍ଶ ଭାଇରସ ସମୟରେ ସିଙ୍ଗାପୁର ଏବଂ ଚୀନ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଥିଲା | ସେବେଠାରୁ ସେଠାରେ ଥର୍ମାଲ ସ୍କ୍ରିନିଙ୍ଗ ଜାରି ରହିଛି | ୨୦୦୯ ମସିହାରେ ସ୍ୱାଇନ ଫ୍ଲୁ ସମୟରେ ମୁମ୍ବାଇରେ ଥର୍ମାଲ ସ୍କ୍ରିନର ଲଗାଯାଇଥିଲା | ନାଇଜେରିଆ ବିମାନବନ୍ଦରରେ ହିଟ ସ୍କାନର ଲଗାଯାଇଥିଲା | ଯାହାଫଳରେ ଇବୋଲା ସଂକ୍ରମଣ ରୋକିବାରେ ସହାୟକ ହୋଇଥିଲା | 

{"id":275907,"width":580,"height":452,"sizeSlug":"large"}

୨. ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଘରେ କୌଣସି ପାନୀୟ କାଢ଼ା ପ୍ରସ୍ତୁତ କରିପାରିବ କି ?

ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟ ଏକ ବିଶେଷ କାଢ଼ା ପ୍ରସ୍ତୁତ କରିବା ଉପାୟ ବତାଇଛି | ୪ ଭାଗ ତୁଳସୀ ପତ୍ର, ଦୁଇ ଭାଗ ଡାଲଚିନି, ଦୁଇ ଭାଗ ଶୁଣ୍ଠୀ ଓ ଭାଗେ ଗୋଲ ମରିଚ | ଏହି ସବୁକୁ ମିଶାଇ ଗୁଣ୍ଡ କରି ୩ ଗ୍ରାମର ପ୍ୟାକେଟ କରିଦେବେ କିମ୍ବା ୫୦୦ ମିଲିଗ୍ରାମ ପାଉଡରକୁ ଗୁଳା କରିଦେବେ | ଏହାକୁ ୧୫୦ ମିଲିଲିଟର ଫୁଟ ପାଣିରେ ପକାଇ ଚା' ଭଳି ଦିନକୁ ୨-୩ ଥର ପିଅନ୍ତୁ |

{"id":275904,"sizeSlug":"large"}

୩. ମହାମାରୀରୁ ବର୍ତ୍ତିବା ପାଇଁ କଣ ଏକମାତ୍ର ରାସ୍ତା ଆଣ୍ଟିବଡ଼ି ଟେଷ୍ଟ ?

ଆଣ୍ଟିବଡ଼ି ଟେଷ୍ଟ ଦ୍ୱାରା ଜାଣିପାରିବେ ଯେ ସଂକ୍ରମଣର ଶିକାର ହୋଇଛନ୍ତି | କିନ୍ତୁ ଏ ସମ୍ପର୍କରେ ଏବେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ ଯେ ଆଣ୍ଟିବଡ଼ିରେ ଶରୀର କେତେ ପ୍ରତିରୋଧକ କ୍ଷମତା ବଢ଼ାଇଛି ଏବଂ କେତେ ସମୟ ଯାଏଁ ଭାଇରସ ବିରୋଧରେ ପ୍ରତିରୋଧ କରିପାରିବ | ସମାଧାନ ପାଇଁ ଟୀକା ସର୍ବୋତ୍ତମ ବିକଳ୍ପ |

{"id":275914,"width":579,"height":324,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.