କରୋନା ଔଷଧ ନୁହେଁ କିନ୍ତୁ ବିକ୍ରି କରିପାରିବେ କୋରୋନିଲ୍ : ରାମଦେବଙ୍କୁ ଆୟୁଷ ମନ୍ତ୍ରାଳୟର ଗ୍ରୀନ୍ ସିଗ୍‌ନାଲ୍

Published By : Prameya-News7 Bureau | July 01, 2020 IST

ଡେରାଡୁନ ୦୧/୦୭ : ପତଞ୍ଜଳୀ ଲଞ୍ଚ କରିଥିବା କୋରୋନିଲ ଔଷଧ ଉପରୁ ପ୍ରତିବନ୍ଧକ ହଟିଯାଇଛି | ଯୋଗ ଗୁରୁ ରାମଦେବ ବୁଧବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ କୋରୋନିଲ ଔଷଧ ବିକ୍ରି ପାଇଁ ଆୟୁଷ ମନ୍ତ୍ରାଳୟ ଅନୁମତି ଦେଇଛି | କୋରୋନିଲ ଔଷଧ ଉପରୁ ଆୟୁଷ ମନ୍ତ୍ରାଳୟ ପ୍ରତିବନ୍ଧକ ହଟାଇ ଦେଇଛି |  

ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ପତାଞ୍ଜଳୀ ଔଷଧ ବିକ୍ରି କରିବ କିନ୍ତୁ କୋଭିଡ-୧୯ ସୁସ୍ଥ କରିବା ନାଁରେ କୋରୋନିଲ ଔଷଧ ବିକ୍ରି କରିପାରିବ ନାହିଁ | ଏହି ଔଷଧକୁ ଇମ୍ୟୁନିଟି ବୁଷ୍ଟର ଭାବେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି | ସେଥିପାଇଁ କୋରୋନିଲ ଔଷଧ ଆଜିଠାରୁ ହିଁ ଦେଶରେ ବିକ୍ରି ହୋଇପାରିବ |

{"id":294467,"sizeSlug":"large"}

ପତାଞ୍ଜଳୀ କରୋନାର ପ୍ରଥମ ଆୟୁର୍ବେଦିକ ଔଷଧ କୋରୋନିଲ ଔଷଧର ଏକ କିଟ ଜୁନ ୨୩ ତାରିଖରେ ଲଞ୍ଚ କରିଥିଲା | ଏହି ଔଷଧକୁ କରୋନା ରୋଗୀଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ପରେ ସଫଳ ହୋଇଥିବା ଦାବି କରି ଲଞ୍ଚ କରିଥିଲା | କିନ୍ତୁ ପରେ ଏହି ଔଷଧ ଉପରେ ଆୟୁଷ ମନ୍ତ୍ରାଳୟ ଆୟୁର୍ବେଦ ଡ୍ରଗ୍ସ ଲାଇସେନ୍ସ ଅଥିରିଟି ତରଫରୁ ପତାଞ୍ଜଳୀକୁ ନୋଟିସ ପଠାଇଥିଲେ | ନୋଟିସ ପାଇବା ପରେ ପତାଞ୍ଜଳୀ ନିଜ ଦାବିରୁ ଓଲଟି ଯାଇଥିଲା | ଜବାବରେ ପତାଞ୍ଜଳୀ କହିଥିଲା ଯେ ସେ କରୋନାର କୌଣସି ଔଷଧ ତିଆରି କରିନି କି କେବେ ହେଲେ ଏହି ଔଷଧକୁ କରୋନା ଔଷଧ ଭାବେ ପ୍ରଚାର ପ୍ରସାର କରିନି | ରାମଦେବ ବାବା କହିଥିଲେ ଯେ ମଦରନ ମେଡିକାଲ ସାଇନ୍ସ ଅନୁସାରେ ଏହି କାମ କରାଯାଇଛି | ଏହାର ଅଲଗା ଅଲଗା ଲାଇସେନ୍ସ ରହିଛି | ସଂଯୁକ୍ତ ଭାବେ ଏହାର ଟ୍ରାଏଲ କରାଯାଇଛି | ରେଜିଷ୍ଟ୍ରେସନ ଓ ରିସର୍ଚ୍ଚ ପ୍ରୋସେସ ଅଲଗା |

ସେ କହିଥିଲେ, ପତାଞ୍ଜଳୀ ଆୟୁର୍ବେଦ ଯେଉଁ ୩ଟି ଔଷଧ ତିଆରି କରିଛି ତାର ଲାଇସେନ୍ସ ୟୁନାନି ମନ୍ତ୍ରାଳୟ ଠାରୁ ନିଆଯାଇଥିଲା | ସେ କହିଥିଲେ ଯେ ଏବେ କରୋନା ଔଷଧ ଉପରେ କ୍ଲିନିକାଲ ଟ୍ରାଏଲ ହୋଇଛି | ୧୦ ରୁ ଅଧିକ ରୋଗର ୩ଟି ଲେଭଲ ସେ ପାର କରିସାରିଛନ୍ତି | ହୃଦୟ ରୋଗ, ଶ୍ୱାସ, ହେପାଟାଇଟିସ, ଡେଙ୍ଗୁ, ଚିକେନଗୁନିଆ ରୋଗୀଙ୍କ ଉପରେ ରିସର୍ଚ୍ଚ କରାଯାଇଛି | ତାଙ୍କ ରିସର୍ଚ୍ଚ ଟିମରେ ୫ ଶହରୁ ଅଧିକ ବୈଜ୍ଞାନିକ ଅଛନ୍ତି ବୋଲି ବାବା କହିଥିଲେ | ସାମ୍ରାଜ୍ୟବାଦୀ ମାନସିକତା ରଖି ତାଙ୍କ ଉପରେ ହମଲା କରାଯାଇଥିଲା ବୋଲି ମଧ୍ୟ ବାବା ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.