Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ମଧୁମେହ ନିୟନ୍ତ୍ରଣ ଲାଗି ଔଷଧ ବିକଶିତ କରିଛି ଭାରତ : କେନ୍ଦ୍ର ଆୟୁଷମନ୍ତ୍ରୀ

15/12/2019 at 3:20 PM

ନୂଆଦିଲ୍ଲୀ ୧୫।୧୨: ଦେଶରେ ମଧୁମେହ ଜଟିଳ ହେବାରେ ଲାଗିଛି। ଆସନ୍ତା ୫ବର୍ଷରେରୋଗୀଙ୍କ ସଂଖ୍ୟା ୨୬୬ପ୍ରତିଶତ ବୃଦ୍ଧି ପାଇବ ବୋଲି ଏବେ ଆଶଙ୍କା କରାଗଲାଣି। ଏଣୁ ୨୦୨୫ ମସିହା ବେଳକୁ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୬.୯୯କୋଟିରେ ପହଞ୍ଚିବ ବୋଲି ଏବେ ଆଶଙ୍କା କରାଯାଉଥିବାଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେଏହା କହିଛନ୍ତି । ତେବେ ଭାରତରେ ମଧୁମେହ ନିରାକରଣ ଲାଗି ଔଷଧ ବିକଶିତ ହୋଇ ସାରିଥିବା ମନ୍ତ୍ରୀ ତାଙ୍କ ଜବାବରେ ଉଲ୍ଲେଖ କରିଛନ୍ତି।

ଦେଶକୁ ମଧୁମେହ ଭଳି ରୋଗରୁ ମୁକ୍ତ କରିବା ଲାଗିସରକାର ବିଭିନ୍ନ  ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଏହାସହିତ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସଦ୍ଧାନ ପରିଷଦ (CSIR) ର ସାହାଯ୍ୟରେ ହର୍ବାଲ ଔଷଧ ପ୍ରସ୍ତୁତି ଲାଗି ମଧ୍ୟ ଗବେଷଣା ଚଲାଯାଇଛି ।  କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଅନୁସାରେ ଲକ୍ଷ୍ନୌ ସ୍ଥିତ ଭାରତ ସରକାରଙ୍କ ଔଷଧ ଗବେଷଣା ସଙ୍ଗଠନ (ଏମଆରଓ) ମଧୁମେହ ପାଇଁ ହର୍ବଲା ଔଷଧ ପ୍ରସ୍ତୁତ କରିଛନ୍ତି । ଏହି ଔଷଧକୁ ବୈଜ୍ଞାନିକ ମାନ୍ୟତା ମଧ୍ପ୍ରାୟ ମିଳିଛି।

ଏମିଲା ଫାର୍ମା ମଧୁମେହ ରୋଗର ଔଷଧ ଉତ୍ପାଦନ କରୁଛନ୍ତି । ଆୟୁଷ ମନ୍ତ୍ରାଳୟ ଯୋଗ ଓ ଆୟୁର୍ବେଦକୁ ଏକା ସାଙ୍ଗରେ ମିଶାଇ ବଢୁଥିବା ମଧୁମେହ ରୋଗକୁ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ଓ ଆୟୁଷ ମନ୍ତ୍ରାଳୟ ବିହାର, ଗୁଜୁରାଟ ଓ ରାଜସ୍ଥାନର କିଛି ଜିଲ୍ଲାରେ ଯୋଗ ଓ ଆୟୁର୍ବେଦକୁ ମିସାଇକାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।   ଯୋଜନାର ପ୍ରାରମ୍ଭିକ ସଫଳତା ପରେ ଏବେ ୫୨ଟି ସ୍ଥାନରେ ମଧୁମେହ ଓ ହୃଦରୋଗୀଙ୍କ ଲାଗି ଉଭୟ ଆୟୁର୍ବେଦ ଓ ଯୋଗର ସାହାଯ୍ୟ ନେବା ଲାଗି ଯୋଜନା କରାଯାଉଛି।

ଟାଇପ-୨ ମଧୁମେହ ଚିକିତ୍ସାରେ ବିଜିଆର-୩୪ବେଶ୍‌ ଫଳପ୍ରଦ ହେଉଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଗବେଷକମାନେ ଗବେଷଣା କରି ଏହି ଔଷଧ ପ୍ରସ୍ତୁତ କରିଛନ୍ତି। ଟାଇପ-୧ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ଡାୟବେଟିକ୍ ନିରୋଧୀ ଔଷଧ ଫଳପ୍ରଦ ହେଉଥିବା ବେଳେ ଏବେ ଟାଇପ୍ -୧ ରୋଗୀଙ୍କ ଲାଗି ଗବେଷକମାନେ ଗବେଷଣା ଚଳାଇଛନ୍ତି। ପ୍ରୟୋଗଶାଳାରେ ଦୀର୍ଘ ପରୀକ୍ଷା ନିରୀକ୍ଷା ପରେ ବିଜିଆର-୩୪ ବିକଶିତ ହୋଇଛି। ଏଥିରେ ଡାୟବେଟିକ୍ ନିୟନ୍ତ୍ର ଲାଗି ଅନେକ ଔଷଧର ସମିଶ୍ରଣ ରହିଥିବା ମନ୍ତ୍ରୀ ଶ୍ରୀପଦ ନାୟକକହିଛନ୍ତି।

   Related Posts