ଆୟୁଷ ମନ୍ତ୍ରୀ ଧର୍ମ ସିଂହ ସୈନି କରୋନା ପଜିଟିଭ୍ : ସଂସ୍ପର୍ଶରେ ଆସିଥିବା ଆଉ ୧୦ ଜଣ ମଧ୍ୟ ସଂକ୍ରମିତ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫/୦୭ : ଉତ୍ତର ପ୍ରଦେଶ ସହାରନପୁରରେ କରୋନା ସଂକ୍ରମଣକୁ ବ୍ରେକ ଲାଗିବାର ନାଁ ନେଉନାହିଁ | ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି | ଶନିବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କ ଆୟୁଷ ମନ୍ତ୍ରୀ ଧର୍ମ ସିଂହ ସୈନିଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି | ତାଙ୍କୁ ମେଡିକାଲ କଲେଜରେ କ୍ଵାରେଣ୍ଟାଇନ କରାଯାଇଛି | ଜିଲ୍ଲା ଅଧିକାରୀ ଅଖିଳେସ ସିଂହ କହିଛନ୍ତି ଯେ ମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ନମୁନା ଯାଞ୍ଚ କରାଯାଉଛି | ଏବେ ସୁଦ୍ଧା ୧୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି | ସମସ୍ତଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି |

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଧର୍ମ ସିଂହ ସୈନିଙ୍କ ଗଳାରେ ଯନ୍ତ୍ରଣା ଏବଂ କାଶ ହେଉଥିବାରୁ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା | ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି | କିଛି ଦିନ ପୂର୍ବରୁ ସେ ଢୋଲା ପୋଲର ଭୂମିପୂଜନ କରିଥିଲେ | ଏହା ପରେ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିଲା ଏବଂ କାଶ ମଧ୍ୟ ହୋଇଥିଲା | ସନ୍ଦେହରେ ସେ କରୋନା ପରୀକ୍ଷା କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ ଆସିଛି | ସହାରନପୁର ସାଂସଦ ଫଜଲୁର ରହମାନ, ତାଙ୍କ ପୁଅ, ପୁତୁରା ଏବଂ ୪ ଜଣ ପରିଜନ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.