ଇଣ୍ଟରନାସନାଲ ସୋସାଇଟି ଫର ଅଲମ୍ପିୟାଡରେ ଓଡ଼ିଶା ପାଇଁ ଗୌରବ ଆଣିଲେ ଆୟୁଷ ଜେନା

Published By : Prameya-News7 Bureau | June 22, 2021 IST

ଭୁବନେଶ୍ୱର, ୨୨ /୦୬ : ଇଣ୍ଟରନାସନାଲ ସୋସାଇଟି ଫର ଅଲମ୍ପିୟାଡରେ ଓଡ଼ିଶା ପାଇଁ ଗୌରବ ଆଣିଲେ ଭୁବନେଶ୍ୱରର ଛାତ୍ର l ଯାଜପୁର ଅଞ୍ଚଳର ସବ୍ୟସାଚୀ ଜେନା ଏବଂ ଗାୟତ୍ରୀ ଜେନାଙ୍କ ପୁଅ ଛଅ ବର୍ଷୀୟ ଆୟୁଷ କୁମାର ଜେନା ଗଣିତ ଅଲମ୍ପିୟାଡ ପରୀକ୍ଷାରେ ଚତୁର୍ଥ ରାଙ୍କ ହାସଲ କରି ଏହି କୃତିତ୍ୱ ହାସଲ କରିଛନ୍ତି l

ସୂଚନା ଅନୁସାରେ, ମାର୍ଚ୍ଚ ମାସରେ ଇଣ୍ଟରନାସନାଲ ସୋସାଇଟି ଫର ଅଲମ୍ପିୟାଡ ପକ୍ଷରୁ କରାଯାଇଥିବା ଗଣିତ ପରୀକ୍ଷାରେ ଆୟୁଷ ଭଗନେଇଥିବା ବେଳେ ଦେଶର ଅନେକ ଛାତ୍ର ଏହି ପରୀକ୍ଷା ଦେଇଥିଲେ l ସେମାନଙ୍କୁ ପଛରେ ପକାଇ ଆୟୁଷ ଅଲ ଇଣ୍ଡିଆ ଚତୁର୍ଥ ରାଙ୍କ ହାସଲ କରିଥିଲେ l ସେ ଭୁବନେଶ୍ୱର ବିଜେଏମ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢ଼ନ୍ତି l ଏତେ କମ ବିଷୟରେ ଏହି ସଫଳତା ହାସଲ କରି ଓଡିଶାର ଗୌରବ ବଢ଼ାଇ ଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପରିବାର ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.