Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

କରୋନା ପାଇଁ ରାମବାଣ : ଆୟୁଷ ମନ୍ତ୍ରଣାଳୟ ଜାରି କଲା ଆଡଭାଇଜରି , ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ଖାଦ୍ୟ

2/04/2020 at 7:56 PM

ନୂଆଦିଲ୍ଲୀ ୨/୪: କରୋନା ଭାଇରସ୍ ଆତଙ୍କ ମଧ୍ୟରେ ଆୟୁଷ ମନ୍ତ୍ରଣାଳୟ ଶରୀରର ରୋଗ ସହ ଲଢ଼ିବାର କ୍ଷମତା ବୃଦ୍ଧି କରିବା ପାଇଁ ଆଡଭାଇଜରି ଜାରି କରିଛନ୍ତି। ମନ୍ତ୍ରଣାଳୟ ରୋଗ ପ୍ରତିରୋଦକ ଶକ୍ତି ବୃଦ୍ଧି କରିବା ପାଇଁ ଚ୍ୟବନପ୍ରାଶ ଖାଇବାକୁ,ଯୋଗ କରିବାକୁ,ହର୍ବଲ ଚା- କାଢ଼ା ଏବଂ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରଣାଳୟଙ୍କ କହିବା ଅନୁସାରେ କୋଭିଡ-୧୯ ଯୋଗୁଁ ବିଶ୍ବବ୍ୟାପି ସମସ୍ତେ ପ୍ରଭାବିତ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶରୀରର ପ୍ରାକୃତିକ ରକ୍ଷା ପ୍ରଣାଳୀକୁ ମଜବୁତ କରିବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ।

  • କିଛି ସାମାନ୍ୟ ଉପାୟ କହି ମନ୍ତ୍ରଣାଳୟ ଦିନସାରା ଗରମ ପାଣି ପିଇବାକୁ,ପ୍ରତି ଦିନ ଅତି କମରେ ୩୦ମିନିଟ୍ ଯୋଗ ଅଭ୍ୟାସ,ପ୍ରାଣାୟାମ କରିବାକୁ ଏବଂ ଧ୍ୟାନ କରିବାକୁ ପରାମର୍ଶ ଦେଇଛି। ଆଡଭାଇଜରି ଅନୁସାରେ,ଖାଦ୍ୟ ରୋଷେଇ କରିବାବେଳେ ହଳଦୀ,ଜିରା ଏବଂ ଧନିଆ ଭଳି ମସଲା ବ୍ୟବହାର କରନ୍ତୁ।
  • ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସକାଳେ ୧୦ଗ୍ରାମ୍ ଅର୍ଥାତ୍ ଏକ ଚାମଚ ଚ୍ୟବନପ୍ରାଶ ଖାଆନ୍ତୁ। ମଧୁମେହ ରୋଗୀ ବିନା ଚିନି ଥିବା ଚ୍ୟବନପ୍ରାଶ ଖାଇ ପାରିବେ। ସକାଳେ ଏବଂ ସନ୍ଧ୍ୟାରେ ନାକରେ ତିଳ କିମ୍ବା ନଡ଼ିଆ ତେଲ କିମ୍ବା ଘିଅ ଲଗାଇବେ।
  • ଆଡଭାଇଜରିରେ ଦିନରେ ଥରେ କିମ୍ବା ଦୁଇ ଥର ହର୍ବଲ ଚା କିମ୍ବା ତୁଳସୀ,ଡାଲଚିନି,ଗୋଲମରିଚ ,ଶୁଖିଲା ଅଦା ଏବଂ କିଶମିଶର କାଢ଼ା ପିଇବାକୁ କୁହାଯାଇଛି।୧୫୦ମିଲିଲିଟର ଗରମ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ନେଇ ପାରିବେ।
  • ଶୁଖିଲା କାଶ କିମ୍ବା ଗଳା ଫୁଲିଥିଲେ ଆରାମ ପାଇବା ପାଇଁ ଦିନରେ ଥରେ ପୋଦିନାର ତାଜା ପତ୍ର କିମ୍ବା ଜୁଆଣିରେ ବାଷ୍ପ ନିଅନ୍ତୁ। ଦିନରେ ଦୁଇ ତିନି ଥର ମହୁ ସହ ଲବଙ୍ଗ ପାଉଡର ନେଇ ପାରିବେ।

   Related Posts