କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦।୫: ଦିଲ୍ଲୀର ୭ଟି କେନ୍ଦ୍ରରେ କରୋନା ରୋଗୀଙ୍କୁ ଔଷଧୀୟ ମିଶ୍ରଣରେ ପ୍ରସ୍ତୁତ ଔଷଧ ଆୟୁଷ-୬୪ ମାଗଣାରେ ଦିଆଯାଉଛି । ଆୟୁଷ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରୋଗୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ କରୋନା ଭାଇରସ୍ ସଂକ୍ରମିତ ରିପୋର୍ଟ ଏବଂ ସେମାନଙ୍କ ଆଧାର କାର୍ଡ ଦେଖାଇ ଆୟୁଷ-୬୪ ଟାବଲେଟ୍ ଗୋଟିଏ ପ୍ୟାକେଟ୍ ଏହି କେନ୍ଦ୍ରଗୁଡିକରୁ ମାଗଣାରେ ନେଇପାରିବେ ।

୭ଟି କେନ୍ଦ୍ରରେ ଭିନ୍ନ ଭିନ୍ନ ସମୟରେ ଆୟୁଷ-୬୪ ଔଷଧ ମିଳିପାରିବ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA), ମୋରାରଜୀ ଦେସାଇ ରାଷ୍ଟ୍ରୀୟ ଯୋଗ ପ୍ରତିଷ୍ଠାନ, ୟୁନାନି ଔଷଧ ଆଞ୍ଚଳିକ ଅନୁସନ୍ଧାନ ପ୍ରତିଷ୍ଠାନ, ସଫଦରଜଙ୍ଗ ହସ୍ପିଟାଲର ୟୁନାନି ଚିକିତ୍ସା କେନ୍ଦ୍ର, ଜାମିଆ ମିଲିଆ ଇସଲାମୀୟ ୟୁନାନି ସ୍ପେସିଆଲିଟି କେନ୍ଦ୍ର, ପଞ୍ଜାବୀ ବାଗ୍ ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପରିଷଦରେ ଆୟୁଷ-୬୪ ଔଷଧ ମିଳିପାରିବ ।  ଆୟୁଷ-୬୪ କରୋନାର ସାମାନ୍ୟ ଲକ୍ଷଣ ଏବଂ ମଧ୍ୟମ ସଂକ୍ରମଣ ଥିବା ରୋଗୀଙ୍କ ଚିକିତ୍ସାରେ ଉପଯୋଗୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.