ଆୟୁର୍ବେଦିକ ଔଷଧର ମଧ୍ୟ ରହିଥାଏ ପାର୍ଶ୍ୱ ପ୍ରତିକ୍ରିୟା : ରିସର୍ଚ୍ଚ ପାଇଁ ଟିମ ଗଠନ କଲା ଆୟୁଷ ମନ୍ତ୍ରାଳୟ
23/06/2019 at 3:48 PM

ନୂଆଦିଲ୍ଲୀ ୨୩/୬ : ଆୟୁଷ ମନ୍ତ୍ରାଳୟ କହିବାନୁଯାୟୀ, ଆୟୁର୍ବେଦିକ ଔଷଧର ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଥାଏ । ଏହାର ଦେଖଃରେଖା ପାଇଁ ମନ୍ତ୍ରାଳୟ ତିନି ଜଣିଆ ଟିମ ଗଠନ କରିଛି । ଏହି ଟିମରେ ଅଛନ୍ତି ଆୟୁର୍ବେଦିକ କଲେଜର ପ୍ରଫେସର ।

ଆୟୁଷ ମନ୍ତ୍ରାଳୟ ଆୟୁର୍ବେଦିକ କଲେଜ ପ୍ରଫେସରଙ୍କୁ ନେଇ ଏକ ସେଲ ଗଠନ କରିଛନ୍ତି । ଏହି ସେଲରେ ଯେକୌଣସି ଆୟୁର୍ବେଦିକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କୀୟ ଅଭିଯୋଗ କରିପାରିବେ । ଏହାସହ ସେଲ ନାନା ବିଜ୍ଞାପନ ଉପରେ ମଧ୍ୟ ନଜର ରଖିବା । ଓଜନ କମ ବେଶୀ କରିବା, ଉଚ୍ଚତା କମ ବେଶୀ କରାଇବା ଭଳି ଚମତ୍କାରୀ ପ୍ରଭାବ ଦେଖାଉଥିବା ଔଷଧର ବିଜ୍ଞାପନ ଉପରେ ସେଲ ପୁରା ନଜର ରଖିବ ।

ଆୟୁଷ ମନ୍ତ୍ରାଳୟ ଆୟୁର୍ବେଦିକ କଲେଜର ପ୍ରଫେସର ଡା.ଏସଆର ଇଞ୍ଚୁଲକରଙ୍କୁ ସଂଚାଳକ ଭାବେ ନିୟୋଜିତ କରିଛନ୍ତି । ଡା.ରାକେଶ ଠାକୁର ଏବଂ ଜୀବନ ସାହୁ ସେଲର ସଦସ୍ୟ ଅଛନ୍ତି । ଯେକୌଣସି ଆୟୁର୍ବେଦିକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହାର ସମାଧାନ ଉପରେ ରିସର୍ଚ୍ଚ କରିବା ଏହି ସେଲର ମୂଳ ଲକ୍ଷ୍ୟ ।

କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କୀୟ ସୂଚନା ସରକାରୀ ଔଷଧଳୟ ଜରିଆରେ ଦେଇପାରିବେ । କିମ୍ବା ସିଧାସଳଖ ଆୟୁର୍ବେଦିକ କଲେଜରେ ମଧ୍ୟ ଅଭିଯୋଗ କରିପାରିବେ । ଜୟପୁର ସ୍ଥିତ ଇଣ୍ଟର ମିଡିୟାରୀ ସେଣ୍ଟର ଜରିଆରେ ରିପୋର୍ଟ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନକୁ ପଠାଯିବ । ଏଠାରେ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ରିସର୍ଚ୍ଚ କରାଯିବ । ଔଷଧରେ କୌଣସି ଭୁଲ ବାହାରିଲେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।