Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଅପରେସନ୍ କରିପାରିବେ ଆୟୁର୍ବେଦିକ ଡାକ୍ତର, ଅନୁମତି ଦେଲେ କେନ୍ଦ୍ର ସରକାର

22/11/2020 at 2:08 PM

ନୂଆଦିଲ୍ଲୀ, ୨୨।୧୧:  ଆୟୁର୍ବେଦିକ ଡାକ୍ତରଙ୍କ ବାବଦରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ପାଥୋଲୋଜି ଡାକ୍ତରଙ୍କ ଭଳି ଆୟୁର୍ବେଦିକ ଡାକ୍ତରମାନେ ମଧ୍ୟ ଅପରେସନ କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ଆର୍ୟୁବେଦ ଡିଗ୍ରୀ ପ୍ରାପ୍ତ ଡାକ୍ତର ଏବେ ଜେନେରାଲ ଓ ଅର୍ଥୋପେଡିକ୍ ସର୍ଜରୀ ମଧ୍ୟ କରିପାରିବେ। ଭାରତୀୟ ଚିକିତ୍ସା କେନ୍ଦ୍ର ପରିଷଦ ବା ସେଣ୍ଟ୍ରାଲ୍ କାଉନସିଲ୍ ଅପ୍ ଇଣ୍ଡିଆମ ମେଡିସିନ କହିଛି ଯେ, ସରକାରଙ୍କ ନିକଟରୁ ଗ୍ରୀନ୍ ସିଗନାଲ୍ ମିଳିବା ପରେ ପିଜି ଷ୍ଟୁଡେଣ୍ଟଙ୍କୁ ସର୍ଜରୀ ସମ୍ପର୍କରେ ସମ୍ୟକ ସୂଚନା ଦିଆଯିବ।

ପୂର୍ବରୁ ମଧ୍ୟ ଆର୍ୟୁବେଦର ଷ୍ଟୁଡେଣ୍ଟଙ୍କୁ ସର୍ଜରୀ ସମ୍ପର୍କରେ ପଢାଯାଉଥିଲା, କିନ୍ତୁ ସେମାନେ ସର୍ଜରୀ କରିପାରିବେ କି ନାହିଁ ତା ବିଷୟରେ କୌଣସି ସ୍ପଷ୍ଟ ଗାଇଡଲାଇନ୍ ନଥିଲା। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ପରେ ଏବେ ଆର୍ୟୁବେଦିକ ଡାକ୍ତର ମଧ୍ୟ ସର୍ଜରୀ କରିପାରିବେ। ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଆର୍ୟୁବେଦରେ ପିଜିର ଛାତ୍ରଙ୍କୁ ଆଖି, ନାକ, କାନ, ଗଳା ସହିତ ଜେନେରାଲ ସର୍ଜରୀ କରିବାକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ ।

ସରକାର ବିଜ୍ଞପ୍ତିରେ କହିଛନ୍ତି ଯେ, ଏହି ଛାତ୍ରଙ୍କୁ ଗ୍ଲୁକୋମା, ମୋତିଆବିନ୍ଦୁ ହଟାଇବା, ଅଲସର ଓ ପେଟ ସମ୍ପର୍କୀତ ବାହ୍ୟ ଉପାଦାନଗୁଡିକ ବାହାର କରିବା ଭଳି ସର୍ଜରୀ କରିବାର ଅଧିକାର ମିଳିବ। ଆର୍ୟୁବେଦର ପୂର୍ବତନ ପରାମର୍ଶଦାତା ଡକ୍ଟର ଏସକେ ଶର୍ମା ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରି ଏହାକୁ ମାଇଲଷ୍ଟୋନ୍ ବୋଲି କହିଛନ୍ତି। ସେ କହିଛନ୍ତି ଦେଶରେ ବର୍ତ୍ତମାନ ସର୍ଜନଙ୍କ ଅଭାବ ରହିଥିବା ବେଳେ  ସରକାରଙ୍କ ଏହି ନିଷ୍ପତ୍ତି ଅଭାବନକୁ ପୂରର କରିବ। ଏହା ସହିତ ବହୁ ଦୂରରୁ ଆସୁଥିବା ରୋଗୀଙ୍କୁ ସହର ଆସିବାର ଦରକାର ପଡିବ ନାହିଁ,ସେମାନେ ନିଜ ଅଞ୍ଚଳରେ ଉଚ୍ଚସ୍ତରର ଚିକିତ୍ସା କରିପାରିବେ।

   Related Posts