Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ବିପଦପୂର୍ଣ୍ଣ ଭଙ୍ଗା ଘରେ ଚାଲିଛି ଆୟୁର୍ବେଦିକ ଡିସ୍ପେନସାରୀ

22/08/2019 at 3:52 PM

କେନ୍ଦ୍ରାପଡା ୨୨|୮:  ଭଙ୍ଗା କବାଟ, ଫଟା କାନ୍ଥ ଏବଂ ନଷ୍ଟ ହୋଇଯାଇଥିବା ଛାତ ତଳେ ଚାଲିଛି ଆୟୁର୍ବେଦିକ୍ ଡିସ୍ପେନସାରୀ । ବଣ ଜଙ୍ଗଲ ଆଢୁଆଳରେ ହଜି ଯିବାକୁ ବସିଥିବା ଏହି ଚିକତ୍ସାଳୟଟି କେନ୍ଦ୍ରାପଡାର ବାରୋ ଗାଁରେ ରହିଛି । ପ୍ରାୟ ୩୨ ପୂର୍ବେ ସ୍ଥାପିତ ଏହି ଚିତ୍ସାଳୟରେ ନାମକୁ ମାତ୍ର ଡାକ୍ତର ରହିଛନ୍ତି ।  ହେଲେ ସ୍ବାସ୍ଥ୍ୟ ସେବା ପାଇଁ ଏଠାକୁ କୌଣସି ରୋଗୀ ଆସିବା ପାଇଁ ଚାହୁଁ ନାହାନ୍ତି ।

ଏବେ ଡିସ୍ପେନସାରୀର କବାଟ ଝୁଲି ପଡିଛି ।  ଝର୍କା, ଚଉକାଠ ଯୁଆଡ଼େ ଚାହିଁଲେ କେବଳ ଊଇ ।  ଛାତର ରଡ ଦେଖାଯାଉଛି ।  କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ।ଚଟାଣରୁ ବିଭିନ୍ନ ସ୍ଥାନରୁ ପରସ୍ତ ଉଠିକି କି  ଅବସ୍ଥା ଖରାପ।   ବିଭିନ୍ନ ସ୍ଥାନରୁ ପ୍ଲାଷ୍ଟର ଖସି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ।  ତବେ ଏହି କୋଠାଟି କୌଣସି ପରିତ୍ୟକ୍ତ ଗୋଦାମଘର କି ଭୂତକୋଠି ନୁହେଁ ।

ଏହା ହେଉଛି ଏକ ଆୟୁର୍ବେଦିକ୍ ଡିସପେନସାରୀ । କେନ୍ଦ୍ରାପଡା ବାରୋ ଗ୍ରାମରେ ରହିଛି ଏହି ସରକାରୀ ଆୟୁରବେଦିକ୍ ଚିକିତ୍ସାଳୟ । ଜଣେ ମାତ୍ର ଡାକ୍ତରଙ୍କ ଭରସାରେ ଚାଲିଛି ଏହି ହସ୍ପିଟାଲ ।ତେବେ ଏପରି ଅସରୁକ୍ଷିତ କୋଠାରେ ଚାଲୁଥିବା ଡିସପେନସାରୀକୁ କୌଣସି ରୋଗୀ ଆସୁନହାନ୍ତି । ହସ୍ପିଟାଲକୁ ବିଦ୍ୟୁତ କି ପାଣି ସଂଯୋଗ  ବି ନାହିଁ । ହସପିଟାଲ ଚାରିପାଖ ଜଙ୍ଗଲରେ ପରିଣତ ହୋଲାଣି । ବିଭିନ୍ନ ସମୟରେ ସାପ, ଗୋଧି ସବୁ ଚିକିତ୍ସାଳୟରେ ପଶୁଛନ୍ତି ।

୧୯୮୭ ମସିହାରେ ଏହି ଡିସ୍ପେନସାରୀ ନିର୍ମାଣ ହୋଇଥିଲା  ।  ଦୁଇଟି କୋଠରୀ ବିଶିଷ୍ଟ ଏହି ଚିକିତ୍ସାଳୟରେ ଏବେ ଜଣେ ଡାକ୍ତର ଓ ଜଣେ ପାର୍ଟ ଟାଇମ୍ ସୁଇପର୍ ରହିଛନ୍ତି । ଫାର୍ମାସିଷ୍ଟ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିଛି । ହସପିଟାଲର ଅବ୍ୟବସ୍ଥା ସମ୍ପର୍କରେ ଡାକ୍ତର ବାରମ୍ବାର ଉଚକର୍ତୃପକ୍ଷଙ୍କୁ ଜଣାଇଥିଲେ ବି ଫଳ ଘର ଶୂନ୍।  

   Related Posts