Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଶୀତ ଦିନରେ ଥଣ୍ଡା କାଶରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଅଡ଼ୁଶା ପତ୍ରର କାଢ଼ା, ମିଳିବ ଆରାମ

12/11/2021 at 5:59 PM

ଭୁବନେଶ୍ୱର ୧୨/୧୧ : ଥଣ୍ଡା ପାଗ ଆରମ୍ଭ ହୋଇଯାଇଛି। ଏହି ସମୟରେ ଲୋକମାନଙ୍କର ଥଣ୍ଡା, କାଶ ଇତ୍ୟାଦି ସମସ୍ୟା ଦେଖାଦିଏ । ଯଦି ଆପଣ ବି ଏହି ସମସ୍ୟାରେ ପିଡ଼ିତ ତାହେଲେ ଆପଣ ଅଡ଼ୁଶାର ବ୍ୟବହାର କରିପାରିବେ । ଏହି ଚାରାରେ ବିଭିନ୍ନ ଔଷଧିୟ ଗୁଣ ଥାଏ। ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା, ଆସ୍ଥମା, ବ୍ରୋଙ୍କାଇଟିସ ଆଦି ରୋଗ ଦୁର କରିବାରେ ଏହି ଅଡ଼ୁଶା ଚାରା ସକ୍ଷମ ହୋଇଥାଏ । ଅଡ଼ୁଶା ପତ୍ରରେ ବେସିନ ନାମକ ଔଷଧିୟ ତତ୍ୱ ମିଳିଥାଏ ଯାହାକି ବହୁତ ପ୍ରଭାବି ହୋଇଥାଏ । ଜାଣନ୍ତୁ ଥଣ୍ଡା ସମୟରେ ଅଡ଼ୁଶା ବ୍ୟବହାର କରିବାର ଲାଭ ।

ଅଡ଼ୁଶା କାଶ ଓ ଥଣ୍ଡା ରୋଗକୁ ଦୁର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି -ଇନ୍ଫ୍ଲାମେଟୋରି, ଆଣ୍ଟିବାୟୋଟିକ ଓ ଏକ୍ସପେଟୋରେଣ୍ଟ ଗୁଣ ମିଳିଥାଏ । ଏହା ଛାତି ସମସ୍ୟାକୁ ଦୂର କରି ଫ୍ଲୁ ଲକ୍ଷଣକୁ ଭଲ କରିବାରେ ବହୁତ ପ୍ରଭାବି ଅଟେ। ଅଡ଼ୁଶାର କାଢ଼ା ତିଆରି ପାଇଁ ପ୍ରଥମେ ତାର ପତ୍ରକୁ ଆଣନ୍ତୁ। ତାପରେ ତାକୁ ଗରମ ପାଣିରେ ପକାଇ ଫୁଟାନ୍ତୁ । ପାଣି ଫୁଟିଗଲା ପରେ ଏହି ପାଣିକୁ ଛାଣି ଦିଅନ୍ତୁ। ଏଥର ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ କାଶ ଓ ଥଣ୍ଡାରୁ ବହୁତ ଆରାମ ମିଳିବ।

ଅଡ଼ୁଶା ଶରୀରରେ ରକ୍ତ ପରିଷ୍କାର କରେ। ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରେ। ଏଥିରେ ଆଣ୍ଟି କୋଏଗୁଲାଣ୍ଟ ଓ ଆଣ୍ଟି ଫାଇବ୍ରିନିଲିଟିକ ଗୁଣ ଥାଏ ଯାହା ହାର୍ଟ ବ୍ଲକେଜକୁ ଦୁର କରିଥାଏ । ଅଡ଼ୁଶା ଆମ ଶରୀରରେ ଥଣ୍ଡା ହୋଇଥିବା ସମୟରେ ଶ୍ୱାସ ନଳି ଖୋଲିବାରେ ସାହାଯ୍ୟ କରିଥାଏ। ଆପଣ ଅଡ଼ୁଶା ପତ୍ର, କିସମିସ, ମିଶ୍ରିକୁ ମିଶାଇ କାଢ଼ା ବନାଇ ମଧ୍ୟ ପିଇ ପାରିବେ।

   Related Posts