Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କ୍ଷୀର ସହିତ ମିଶାଇ ଖାଆନ୍ତୁ ନାହିଁ ଏହି ୯ଟି ଖାଦ୍ୟ, ନହେଲେ ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

24/09/2021 at 3:25 PM

ନୂଆଦିଲ୍ଲୀ ୨୪/୦୯ : ପୃଷ୍ଟିକର ଖାଦ୍ୟ ଏବଂ ସ୍ୱାଦ ପାଇଁ ଆମେ ପ୍ରାୟତ ଦୁଇଟି ବା ଦୁଇଟିରୁ ଅଧୀକ ଖାଦ୍ୟ ମିଶାଇ ଖାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟକୁ ଏକାଠି ମିଶାଇ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ । ଖରାପ ଖାଦ୍ୟ ମିଶ୍ରଣରେ ପେଟ ଫୁଲିବା, ଯନ୍ତ୍ରଣା ହେବା ,ଥକାପଣ , ଗ୍ୟାସ ଓ ଅସ୍ଥିରତା ଭଳି ସମସ୍ୟା ଦେଖାଦେଇ ପାରେ ।

ଯଦି ଆପଣ ବହୁତ ଦିନ ପର୍ଯ୍ୟନ୍ତ ଭୁଲ ଖାଦ୍ୟ ମିଶ୍ରଣ ଖାଉଛନ୍ତି ଏହାର ପରିଣାମ ସ୍ୱରୂପ ପୁରୁଣା ହଜମ ସମସ୍ୟା, ଶ୍ୱାସ ପ୍ରକ୍ରିୟାରେ ଦୁର୍ଗନ୍ଧ ସହିତ ଅନେକ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଆମେ ସବୁବେଳେ ଖାଇବା ବିଷୟରେ ଚିନ୍ତା କରୁ କିନ୍ତୁ ଏକ ବହୁତ ବଡ଼ କାରକ ଯାହାକୁ ଆମେ ଅଧୀକାଂଶ ଲୋକ ଅଣଦେଖା କରିଥାଉ ତାହା ହେଉଛି ସଠିକ ଖାଦ୍ୟ ଯୋଡ଼ି । ଅନେକ ଲୋକ କ୍ଷୀର ସହିତ ନିଜ ପସନ୍ଦର କୁକିଜ୍ ଓ ଫଳ ମିଶାଇ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଯଦି ଆମେ ଆୟୁର୍ବେଦ ଅନୁଶାରେ ଯିବା ତ ଭୁଲ ମିଶ୍ରଣ ସହିତ କ୍ଷିର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।
ଭୁଲ ଖାଦ୍ୟମିଶ୍ରଣ ଗୁଡ଼ିକ କଣ ?
ବହୁତ ଲୋକ କ୍ଷିର ଓ କଦଳୀ ଏକା ସହିତ ଖାଆନ୍ତି ଏବଂ ଏହାକୁ ଏକ ଭଲ ଖାଦ୍ୟ ମିଶ୍ରଣ ବୋଲି ମାନନ୍ତି। କିନ୍ତୁ ଆୟୁର୍ବେଦ ଏହି ଖାଦ୍ୟ ସଂଯୋଜନକୁ ସମ୍ପୁର୍ଣ୍ଣରୂପେ ବାରଣ କରିଥାଏ। ଆମେ ଖାଉଥିବା ଖାଦ୍ୟ ହଜମ କରିବାପାଇଁ ମନୁଷ୍ୟ ଶରୀରରେ ଥିବା ପାଚକାଗ୍ନି ଦାୟି। ଯେତେବେଳେ ଆମେ ଖାଦ୍ୟ ଖାଇଥାଉ ସେତେବେଳେ ତାହା ପାଚକାଗ୍ନି କୁ ଓଭରଲୋଡ କରିଥାଏ ।

ଯାହା ଫଳରେ ହଜମ ପ୍ରକ୍ରିୟା ଦୁର୍ବଳ ହୋଇଥାଏ। ଏଥିରୁ ବିଶାକ୍ତ ପ୍ରତିକ୍ରିୟା ସୃଷ୍ଟି ହୁଏ ଯାହାକି ଶରୀରରେ ରୋଗ ସୃଷ୍ଟି ହେବାର କାରଣ। ଯେତେବେଳେ ଆପଣ ଭୁଲ ଖାଦ୍ୟମିଶ୍ରଣ କୁ ବାଛନ୍ତି ପାଚକାଗ୍ନି ଦୁର୍ବଳ ହୋଇଥାଏ। କ୍ଷିର ଏକ ପୃଷ୍ଟିକର ଖାଦ୍ୟ ଯେ ପର୍ଯ୍ୟନ୍ତ ଏହାକୁ ଅସଙ୍ଗତ ଖାଦ୍ୟ ମିଶାଯାଇ ନାହିଁ। ନିମ୍ନରେ ଖାଦ୍ୟ ତାଲିକା ଦିଆଯାଇଛି ଯାହାକୁ କ୍ଷିର ସହିତ ଖାଇବା ଅନୁଚିତ ।
୧.କଦଳୀ
୨.ଚେରି
୩.କୌଣସି ଖଟାଫଳ
୪.ଖମିର ରୁ ତିଆରି ହୋଇଥିବା ଖାଦ୍ୟ
୫.ଅଣ୍ଡା, ମାଛ, ମାଂସ
୬.କିଚାରି
୭.ଦହି
୮.ଲେମ୍ବୁ
୯.ମୂଳା

କ୍ଷୀର ପିଇବାର ସବୁଠୁ ଭଲ ତରିକା
କ୍ଷୀର ପିଇବାର ସବୁଠାରୁ ଭଲ ତରିକା ହେଉଛି ସତେଜ କ୍ଷିରକୁ ମହୁ କିମ୍ବା ଗୁଡ଼ ସହିତ ଖାଇବା । ଏହାକୁ ଆପଣ ନିଜ ପସନ୍ଦ ଅନୁସାରେ ମିଶାଇ ଖାଇପାରିବେ । କିନ୍ତୁ ଚେଷ୍ଠା କରନ୍ତୁ ଅନ୍ୟକିଛି ମିଶାଇ ନଖାଇବା ପାଇଁ ।

   Related Posts