Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଆୟୁର୍ବେଦ ଜୀବନର ମନ୍ତ୍ର : ପ୍ରତିଷେଧକ, ପ୍ରତିରୋଧକ ଏବଂ ସୁରକ୍ଷିତ ସ୍ବାସ୍ଥ୍ୟ

28/04/2020 at 8:41 PM

(ସତ୍ୟନାରାୟଣ ମହାପାତ୍ର): ସୁନ୍ଦର ଏବଂ ନୀରୋଗ ଜୀବନ ସମସ୍ତଙ୍କ ଲକ୍ଷ ।  ପ୍ରତ୍ୟେକ ବ୍ୟକ୍ତି  ସୁସ୍ଥ ଜୀବନ ଯାପନ ଚାହାନ୍ତି ।  ଉତ୍ତମ ସ୍ଵାସ୍ଥ୍ୟ ଏବଂ ନୀରୋଗ ହିଁ ସମସ୍ତଙ୍କର କାମ୍ୟ। ସେଥିଲାଗି  ସୁସ୍ଥତା ଏବଂ ରୋଗରୁ ଆଶ୍ଵସ୍ତି ବା ମୁକ୍ତି ଦେବା ପାଇଁ ଆୟୁର୍ବେଦର ଦୁଇଟି ମୂଳ ସିଦ୍ଧାନ୍ତ ରହିଛି। ଏହା ପ୍ରତିଷେଧନ ଏବଂ ସଂରକ୍ଷକ ।  ଆୟୁର୍ବେଦ ସ୍ଵାସ୍ଥ୍ୟକୁ ନିୟନ୍ତ୍ରିତ ରଖିବା ସହ  ସ୍ବାସ୍ଥ୍ୟର ରକ୍ଷା କରିଥାଏ। କାରଣ ଶରୀର ଅଛି ଅର୍ଥ ରୋଗ ଓ କ୍ଷୟ ମଧ୍ୟ ଅଛି । ତେଣୁ ସ୍ବାସ୍ଥ୍ୟ ରକ୍ଷା ହିଁ ଜୀବନ ସୁରକ୍ଷାର ବଡ଼ ମନ୍ତ୍ର ।  ଆଉ ରୋଗ ସଂକ୍ରମଣରୁ ସ୍ଵାସ୍ଥ୍ୟକୁ କେମିତି ସୁରକ୍ଷିତ, ସୁସ୍ଥ ରଖାଯାଇ ପାରିବ ତାହାର ମନ୍ତ୍ର ପ୍ରାଚୀନ ଜୀବନ ବିଜ୍ଞାନ ଆୟୁର୍ବେଦରେ ହିଁ ରହିଛି । ଜୀବନର ସବୁ ଦିଗ ଉପରେ ବ୍ୟବହାରିକ ଏବଂ ସକରାତ୍ମକ ପରାମର୍ଶ  ଦେଇଥାଏ ଆୟୁର୍ବେଦ । ଏହା ଏକ ପ୍ରାକୃତିକ ଚିକିତ୍ସା ବିଜ୍ଞାନ ଯାହା ରୋଗୀଙ୍କୁ ନିଦାନ ପ୍ରଦାନ କରିଥାଏ। ତେବେ ଏଥିଲାଗି ପ୍ରଥମେ ଆମେ ନିଜକୁ ଠିକ୍‌ଭାବେ ବୁଝିବା ଉଚିତ୍ ଏବଂ ତାହା ଜରୁରି ।

ଶରୀର, ମନ ଓ ଆତ୍ମା। ଜୀବନରେ ମୃତ୍ୟୁ ଓ ରୋଗ ଦୁଇଟି ଚରମ ସତ୍ୟ ଅଟେ। ଶରୀର ପ୍ରତି ମୁହୂର୍ତ୍ତରେ ବଦଳିଥାଏ, କାରଣ ଏହା ଅସ୍ଥାୟୀ। ଏହା ବୁଝି ନିଜ ପ୍ରତି ଧ୍ୟାନ ରଖିବା ଉଚିତ୍ ଏବଂ ଏହା ବୁଝିବା ଦରକାର ଯେ, ଶରୀରକୁ  କିପରି କ୍ଷୟରୁ ସୁରକ୍ଷା ଦେଇହେବ ବା ରକ୍ଷା କରାଯିବ।

ମନ ସର୍ବଦା ଚଞ୍ଚଳ, ଏହା ପ୍ରତି ମୁହୂର୍ତ୍ତରେ ବଦଳିଥାଏ। ଏହା ଗୋଟିଏ ସମୟରେ ଗୋଟିଏ ସ୍ଥାନରେ ରହିନଥାଏ। ଶାରୀରିକ ଭାବେ ଆପଣ ଗୋଟିଏ ସ୍ଥାନରେ ଥାଇ ପାରନ୍ତି ମାତ୍ର ଆପଣଙ୍କର ମନ ଅନ୍ୟ ଜାଗାରେ ଥାଏ। ମନ ଆପଣଙ୍କୁ ସ୍ଵପ୍ନ ରାଇଜ, ସ୍ଵର୍ଗ ଏବଂ ଅବାସ୍ତବ ଦୁନିଆକୁ ନେଇ ଯାଇଥାଏ। ଯାହା ବାସ୍ତବ ନୁହେଁ ମନରେ ସେହି ଚିନ୍ତା ଆସିଥାଏ। କିନ୍ତୁ ଆୟୁର୍ବେଦ ଏମିତି ଏକ ଚିକିତ୍ସା ଶିକ୍ଷା ଦେଇଥାଏ, ଯାହା ମନକୁ ଶାନ୍ତ ରଖେ, ସଚେତନ ଏବଂ ସଂଜମ କରିତାଏ । ଏହା ସହ ଆୟୁର୍ବେଦର ପ୍ରଭାବରୁ ସାହାସ, ଦୃଢ ଇଚ୍ଛା ଶକ୍ତି ଓ ଶୁଦ୍ଧ ଜ୍ଞାନ ମଧ୍ୟ ମଣିଷକୁ ମିଳିଥାଏ । କାରଣ ଏହା ଶରୀର, ମନ ଏବଂ ଆତ୍ମା ସବୁକୁ ପ୍ରଭାବିତ କରିଥାଏ ।

ଶରୀରରେ ଆତ୍ମା କେବଳ ଦର୍ଶକ ହୋଇ ରହିଥାଏ ଯିଏ ଶୁଦ୍ଧ ଦିବ୍ୟ ଓ ବ୍ରହ୍ମାଣ୍ଡର ଶକ୍ତି  ବା ଆଲୋକ ସଦୃଶ ହୋଇଥାଏ। ଆତ୍ମା ନିଜକୁ ଦେବତ୍ଵ ପ୍ରାପ୍ତି ପାଇଁ ଶରୀରକୁ ଶୁଦ୍ଧ ରଖିବାରେ ସାହାଯ୍ୟ କରିଥାଏ।ଆୟୁର୍ବେଦ ଜୀବନର ବିଜ୍ଞାନ ଭାବେ ଶରୀର, ମନ ଓ ଚିନ୍ତାକୁ ପ୍ରଭାବିତ, ପରିଚାଳିତ କରିବାର କ୍ଷମତା ରଖିଥାଏ ।

   Related Posts