Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଜାନୁଆରୀ ୨ ତାରିଖରେ ଖୋଲିବ ସୁପ୍ରିମ କୋର୍ଟ, ୪ରେ ଅଯୋଧ୍ୟା ମାମଲାର ହେବ ଶୁଣାଣୀ, ପଛକୁ ପଛ ଅଛି ଆହୁରି ବହୁ ଗୁରୁତ୍ବପୂର୍ଣ୍ଣ ମାମଲା

31/12/2018 at 5:52 PM

ଦିଲ୍ଲୀ ୩୧/୧୨ : ଆସନ୍ତା ଜାନୁଆରୀ ୨ ତାରିଖରେ ଖୋଲିବା ସୁପ୍ରିମକୋର୍ଟ | କୋର୍ଟ ଖୋଲିବା ପରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ର ଶୁଣାଣି କରିବେ | ଏହାସହ ଜାମ୍ମୁ କାଶ୍ମୀର ସ୍ଥାୟୀ ବାସିନ୍ଦାଙ୍କୁ ବିଶେଷ ମାନ୍ୟତା ତଥା ପୁନର୍ବାସ ମାମଲାର ମଧ୍ୟ ଶୁଣାଣି କରିବେ କୋର୍ଟ | ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଆବେଦନର ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିବେ | ଏହାସହ ରାଫେଲ ମାମଲାର ସଂଶୋଧନ ଦାବି ଉପରେ ମଧ୍ୟ ସୁପ୍ରିମକୋର୍ଟ ରାୟ ଦେବେ |

ସୁପ୍ରିମକୋର୍ଟ ଗତ ଡିସେମ୍ବର ୧୭ ତାରିଖରୁ ଛୁଟି ହୋଇଛି | କୋର୍ଟ ବନ୍ଦ ଥିଲେ ମଧ୍ୟ ମାମଲା ରେଜିଷ୍ଟ୍ରି ହେଉଥିଲା | ରାଫେଲ ବିମାନର ସିବିଆଇ ଯାଞ୍ଚ ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ | ତେବେ ସୁପ୍ରିମକୋର୍ଟର ଏହି ରାୟରେ ସୁଧାର ଆଣିବା ପାଇଁ ଆବେଦନ ହୋଇଥିଲା | କଂଗ୍ରେସ ନେତା ସଜ୍ଜନ କୁମାର ଦିଲ୍ଲୀ ହାଇକୋର୍ଟରେ ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ବିରୋଧରେ ସୁପ୍ରିମକୋର୍ଟ ଆବେଦନ କରିଥିଲେ | ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆତ୍ମା ସମର୍ପଣ କରିବା ପାଇଁ ନିର୍ଦେଶ ଦେଇଥିଲେ | ସୁପ୍ରିମକୋର୍ଟ ବନ୍ଦ ଥିବାବେଳେ ସଜ୍ଜନ କୁମାର ଏହି ଆବେଦନ କରିଥିଲେ | କୋର୍ଟ ଖୋଲିବା କ୍ଷଣି ସଜ୍ଜନ କୁମାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି  କୁହାଯାଉଛି |

ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ମାମଲାର ଶୁଣାଣି ଜାନୁଆରୀ ୪ ତାରିଖରେ ହେବ | ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ପାଇଁ ଏବଂ ସ୍ଥଗିତାଦେଶର କାରଣ ଦର୍ଶାଇବା ଦାବି ଉପରେ ମଧ୍ୟ ସୁପ୍ରିମକୋର୍ଟ ରାୟ ଦେବେ ବୋଲି ଆଶା କରାଯାଉଛି |

   Related Posts