Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଅଯୋଧ୍ୟା ଗସ୍ତରେ UP ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ସମୀକ୍ଷା କଲେ ଶ୍ରୀରାମ ମନ୍ଦିର ଭୂମିପୂଜା ପ୍ରସ୍ତୁତି

25/07/2020 at 4:11 PM

ଅଯୋଧ୍ୟା ୨୫।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ଅଗଷ୍ଟ ୫ ତାରିଖରେ ଶ୍ରୀ ରାମ ମନ୍ଦିର ଲାଗି ଏଠାରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ସୂଚନା ଅନୁସାରେ ପ୍ରସ୍ତାବିତ ଭୂମି ପୂଜା କାର୍ଯ୍ୟକ୍ରମ ରାମଜନ୍ମଭୂମି ପରିସରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସର୍ବନିମ୍ନ ଦେଢଶହରୁ ସର୍ବାଧିକ ୨୦୦ ଲୋକ ଅଂଶଗ୍ରହଣ କରିପାରନ୍ତି। ତେବେ କୋଭିଡ-୧୯କୁ ନେଇ ଉପୁଜିଥିବା ପରିସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶ୍ରୀରାମ ମନ୍ଦିରର ଶିଳାନ୍ୟାସ ଲାଗି ଶ୍ରୀରାମ ମନ୍ଦିର ତିର୍ଥକ୍ଷେତ୍ର ଟ୍ରଷ୍ଟ ଯୋଜନା କରିଛନ୍ତି। ସେହି ଅନୁସାରେ କାର୍ଯ୍ୟକ୍ରମକୁ ଦେଶରେ ରାମ ମନ୍ଦିର ଆନ୍ଦୋଳନର ପୃଷ୍ଠପୋଷକ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ମୁଖ୍ୟ ପୁରୋଧା ମୂରଲୀ ମନୋହର ଯୋଶୀ, ସୁଶ୍ରୀ ଉମା ଭାରତୀ, ବିନୟ କଟିୟାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶିଳାନ୍ୟାସ ଉତ୍ସବକୁ ଆମନ୍ତ୍ରଣ କରାଯିବ ବୋଲି ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି।

ସେହିପରି ଶ୍ରୀରାମ ମନ୍ଦିର ନିର୍ମାଣଲାଗି ଗର୍ଭ ଗୃହ ନିଅଁରେ ୫ଟି ରୌପ୍ୟ ଇଟା ଶୁଭ ଦିଆଯିବ ବୋଲି ରାମମନ୍ଦିର ନ୍ୟାସର ମୁଖପାତ୍ର ନୃତ୍ୟ ଗୋପାଳ ଦାସ କହିଛନ୍ତି। ମନ୍ଦିରର ଡିଜାଇନ ଓ ବାସ୍ତୁ ପ୍ରସ୍ତାବ ମୁତାବକ ଚୂଡାନ୍ତ ହୋଇଥିବା ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ଆୟୋଜନ ସମୀକ୍ଷା କରିଥିବା ବେଳେ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିସ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଦେଶର ବିଭିନ୍ନ ସ୍ଥାନରୁ କଳଭର୍ତ୍ତି ପବିତ୍ର ମାଟି ପଠାଉଥିବା ବେଳେ ତାହା ଏବେ ଅଯୋଧ୍ୟା ପହଞ୍ଚିବାରେ ଲାଗିଛି।

   Related Posts