ନା ଲୁହା ନା ସିମେଣ୍ଟ ଜାଣନ୍ତୁ କେଉଁ ଶୈଳୀରେ ନିର୍ମିତ ହେବ ଅଯୋଧ୍ୟାର ବିଶାଳ ରାମମନ୍ଦିର

Published By : Prameya-News7 Bureau | November 11, 2019 IST

ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଥିବା ଗତିରୋଧ ଦୂର ହୋଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟାର ବିବାଦୀୟ ଜମି ଉପରେ ରାମଲାଲା ବିରାଜମାନଙ୍କ ହକ ସ୍ୱୀକାର କରିଥିବା ବେଳେ ପ୍ରତିବାଦୀ ମୁସ୍ଲିମପକ୍ଷଙ୍କୁ ଅଯୋଧ୍ୟାରେ ହିଁ ମସଜିଦ୍ ନିର୍ମାଣ ନିମନ୍ତେ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ରାୟ ପରେ ଏବେ ଦେଶରେ ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ଯାହା ରହିଛି ତାହା ହେଉଛି ରାମମନ୍ଦିରର ନିର୍ମାଣ। କେଉଁ ଡିଜାଇନ ଓ ଶୈଳୀରେ ମନ୍ଦିରର ନିର୍ମାଣ ହେବ ସେ ନେଇ ଏବେ ଆରମ୍ଭ ହୋଇଯାଇଛି ଆଲୋଚନା ପର୍ଯ୍ୟାଲୋଚନା।

{"id":182490}

ତେବେ ରାମମନ୍ଦିର ନିର୍ମାଣ ଲାଗି ଡିଜାଇନ୍ ୧୯୮୯ ମସିହାରୁ ହିଁ ସ୍ଥିରିକୃତ ହୋଇଛି। ଏହି ଡିଜାଇନ ପ୍ରସ୍ତୁତ କରିଥିବା ଶିଳ୍ପୀ ଚନ୍ଦ୍ରକାନ୍ତ ସୋମପୁରାଙ୍କଠାରୁ ଆସନ୍ତୁ ଜାଣିବା ରାମ ଜନ୍ମଭୂମିରେ କିପରି ନିର୍ମିତ ହେବ ପ୍ରସ୍ତାବିତ ମନ୍ଦିର ଓ କେତେ ସମୟ ମଧ୍ୟରେ ସରିବ। ସୋମପୁରାଙ୍କ ଅନୁସାରେ ଉତ୍ତପ୍ରଦେଶ ନାଗର ଶୈଳୀରେ ଏହି ମନ୍ଦିର ନିର୍ମିତ ହେବ । ଏହି ନିର୍ମାଣ ଶୈଳୀ ହିନ୍ଦୁ ସ୍ଥାପତ୍ୟ କଳାର ୩ଟି ଶୈଳୀ ମଧ୍ୟରୁ ଅନ୍ୟତମ। ଯେଉଁଥିରେ ମନ୍ଦିରର ଆଧାରଶିଳାରୁ ଆରମ୍ଭ କରି ଶିଖର ପର୍ଯ୍ୟନ୍ତ ଚତୁସ୍କୋଣ ହୋଇଥାଏ।

{"id":182491}

ଏହି ନିର୍ମାଣ ଶୈଳୀର ସବୁଠୁ ଦୁଇ ବଡ ବିଶେଷତା ହେଉଛି ନିର୍ମାଣ ଯୋଜନା ଓ ବିମାନ।  ଏଭଳି ମନ୍ଦିର ନିର୍ମାଣ ଲାଗି ମୁଖ୍ୟ ଭୂମି ଆୟତ୍ତାକାର ହୋଇଥାଏ। ଯାହାର ମଧ୍ୟରୁ ୨ ପଟକୁ ବିମାନ କ୍ରମିକ ଅନୁସାରେ ରହିଥାଏ। ଫଳରେ ନିର୍ମାଣ ଶେଷ ବେଳକୁ ମନ୍ଦିରର ଆକାର ୩ କୋଣିଆ ହୋଇଯାଏ। ଏହି ମନ୍ଦିରର ଶିଖରକୁ ରେଖା ଶିଖର କୁହାଯାଏ। ଏଭଳି ମନ୍ଦିରରେ ୨ଟି ଭବନ ରହିଥାଏ। ଏଥିରୁ ଗୋଟିଏ ଗର୍ଭ ଗୃହ ଓ ଅନ୍ୟଟି ମଣ୍ଡପ। ଏଥିରୁ ଗର୍ଭ ଗୃହ ଉଚ୍ଚା ହୋଇଥାଏ ଓ ମଣ୍ଡପ ସମତଳ। ଗର୍ଭଗୃହର ଛାତ ଘଣ୍ଟାକାର ହେବା ଯୋଗୁ ମନ୍ଦିରର ଉଚ୍ଚତା ବଢିଯାଇଥାଏ।

{"id":182492}

ଏଭଳି ମନ୍ଦିରରେ ୪ଟି କକ୍ଷ ଥାଏ। ଏଥରୁ ଗୋଟିଏ ଗର୍ଭ ଗୃହ, ଜଗମୋହନ, ନାଟ ମନ୍ଦିର ଓ ଭୋଗ ମଣ୍ଡପ। ଏଭଳି ନିର୍ମାଣ ଶୈଳୀ ପ୍ରାରମ୍ଭରେ ମନ୍ଦିରରେ ଖମ୍ବ ରହୁନଥିଲା। ତେବେ ଧିରେ ଧିରେ ନିର୍ମାଣ ଶୈଳୀରେ ପରିବର୍ତ୍ତନ ଯୋଗୁ ମନ୍ଦିର ମାନଙ୍କରେ ମଧ୍ୟ ପରିବର୍ତ୍ତନ ଦେଖାଗଲାଣି। ଏହା ଛଡା ମନ୍ଦିରରେ ସ୍ଥାନୀୟ ବିବିଧତା ମଧ୍ୟ ଏବେ ଦେଖିବାକୁ ମିଳୁଛି। ଏଭଳି ମନ୍ଦିର ନିର୍ମାଣ ଶୈଳୀ ପ୍ରାୟତଃ ଓଡିଶାରେ ଦେଖିବାକୁ ମିଳିଥାଏ। ଏଥିରେ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରକୁ ନିଆଯାଇପାରେ ବୋଲି ଶିଳ୍ପୀ କହିଛନ୍ତି। ଏହି ମନ୍ଦିର ନିର୍ମାଣରେ ଲୁହା ଅଥବା ସିମେଣ୍ଟ ର କୌଣସି କାମ ହେବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.