ପୁଣି ପୋଲିସ ଛାଉଣୀରେ ପରିଣତ ହେଲା ଅଯୋଧ୍ୟା, ଜାଣନ୍ତୁ ସବୁସ୍ଥାନରେ କାହିଁକି ମୁତୟନ ହୋଇଛନ୍ତି ସୁରକ୍ଷା ବଳ

Published By : Prameya-News7 Bureau | October 06, 2019 IST

ଅଯୋଧ୍ୟା:  ଦେଶରେ ଦଶହରା ଓ ଦୀପାବଳି ଉତ୍ସବ ଲାଗଲାଗ ପଡୁଥିବା ବେଳେ ସୁପ୍ରିମକୋର୍ଟ ରାମଜନ୍ମଭୂମି ସମ୍ପର୍କିତ ରାୟ ମଧ୍ୟ ପ୍ରକାଶ କରିପାରନ୍ତି। ଏଣୁ ଅଯୋଧ୍ୟାର ସୁରକ୍ଷା କଡାକଡି କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ହାଇଆଲର୍ଟରେ ରଖା ଯାଇଥିବା ବେଳେ ଅତିରିକ୍ତ ୧୦ କମ୍ପାନୀ ଫୋର୍ସ ମୁତୟନ ହେବେ । ଏଣୁ ସହରର ପ୍ରତି ଇଞ୍ଚର ସୁରକ୍ଷା କଡାକଡି ହେବା ସହ ଏବେ ଅଯୋଧ୍ୟା ପୋଲିସ ଛାଉଣୀରେ ପରିଣତ ହେବ । 

{"id":167069,"width":578,"height":377}

ତେବେ ଦଶହରା,ଭଷାଣୀ ଓ ଦୀପାବଳି ଲାଗି ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ମେଢ ଭଷାଣୀ ବେଳେ ଶୋଭାଯାତ୍ରା ଉପରେ ନଜର ରଖିବା ଲାଗି ଚଳିତବର୍ଷ ଆମେ ଡ୍ରୋନ ସହ ସୁରକ୍ଷା ପ୍ରସ୍ତୁତି କରିଛୁ। ଏଣୁ ପୂଜା କମିଟି ମାନଙ୍କୁ ଭଷାଣୀ ଉତ୍ସବରେ ଅବିର ବଦଳେ ଏଥର ଫୁଲ ପାଖୁଡା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧିକାରୀ କହିଛନ୍ତି।

{"id":167070}

ସେପଟେ ସହରରେ ଅତିରିକ୍ତ ସୁରକ୍ଷା କର୍ମୀମାନଙ୍କ ଅବସ୍ଥାନ ନିମନ୍ତେ ଏବେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁରକ୍ଷା ବଳଙ୍କୁ ଅବସ୍ଥାନ କରାଇବା ଲାଗି ସ୍ଥାନୀୟ ଗେଷ୍ଟହାଉସ୍, ସ୍କୁଲ, କଲେଜ ଓ ଧର୍ମଶାଳାମାନଙ୍କୁ ବ୍ୟବହାର କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଥିବାର ସୂଚନା ମିଳିଛି। ସହରରେ ସୋମବାର ଦଶହରା ଉତ୍ସବ ଆରମ୍ଭ ହେବ। ବିଭିନ୍ନ ରାମଲିଳା ଦୀପାବଳି ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ।

{"id":167071}

ଏହା ଛଡା  ଦୀପାବଳିରେ ପ୍ରତିବର୍ଷ ଏଠାରେ ଅନୁଷ୍ଠିତ ହେଉଥିବା ଦୀପୋତ୍ସବରେ ଚଳିତବର୍ଷ ଭିଷଣ ଭିଡ ଜମିବ ବୋଲି ଆଶା କରାଯାଉଛି। ଏଣୁ ସ୍ଥାନୀୟ ପୋଲିସ ଓ ଗୋଇନ୍ଦା ସଂସ୍ଥାଙ୍କୁ ସହରର ସମସ୍ତ ହୋଟେଲ, ଗେଷ୍ଟହାଉସ, ହୋମ ଷ୍ଟେ ଆଦିର ଯାଞ୍ଚ କରିବା ସହ ଲୋକଙ୍କ ଚିହ୍ନଟ ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗୁଇନ୍ଦା ସତର୍କତା ସୂଚନା ଆଧାରରେ ଏହି ସବୁ ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.