Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ଗୁଗଲରେ ସପ୍ତାହକରେ ୮ ଗୁଣା ବଢିଥିଲା ଅଯୋଧ୍ୟା ସର୍ଚ୍ଚ, ଟ୍ୱିଟରରେ #ଟ୍ରେଣ୍ଡିଂ ଥିଲା ରାମମନ୍ଦିର

9/11/2019 at 4:48 PM

ନୂଆଦିଲ୍ଲୀ :  ଅଯୋଧ୍ୟା ବିବାଦକୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ଆସି ସାରିଛି। ତେବେ ସପ୍ତାହକ ପୂର୍ବରୁ ପରିସ୍ଥିତି କିପରି ଥିଲା ତାହା ଗୁଗଲ ସର୍ଚ୍ଚ ଇଞ୍ଜିନ ଓ ଅନ୍ୟ ସୋସାଲ ମିଡିଆ ସାଇଟ  ଆକଳନ କଲେ ସ୍ପଷ୍ଟ ଜଣାପଡିଯାଏ। ବିବାଦରେ ‘ ସୁପ୍ରିମ କୋର୍ଟଙ୍କ ରାୟ କେବେ ଆସିବ’ କି ୱାର୍ଡ ଏପର୍ଯ୍ୟନ୍ତ ସର୍ବାଧିକ ସର୍ଚ୍ଚ ହୋଇଥିବା କି ୱାର୍ଡ ବୋଲି ଜଣାପଡିଛି। କେବଳ ଗତ ସପ୍ତାହରେ ଏହି କି ୱାର୍ଡରେ ୮ ଗୁଣା ଅଧିକ ସର୍ଚ୍ଚ ହୋଇଥିବା ଗୁଗଲଙ୍କ ଏକ ସୂଚନାରୁ ଜଣାପଡିଛି। 

କି ୱାର୍ଡ ‘ଅଯୋଧ୍ୟା’ ନଭେମ୍ବର ୧ ତାରିଖ ଦିନ ୧୧ ପଏଣ୍ଟରେ ଥିଲା। ତେବେ ନଭେମ୍ବର ୪ ତାରିଖ ବେଳକୁ ଏହା ବଢି ୨୫ ପଏଣ୍ଟରେ ପହଞ୍ଚିଥିବା ବେଳେ ନଭେମ୍ବର ୮ ତାରିଖ ବେଳକୁ ୨ଶହ ପଏଣ୍ଟରେ ପହଞ୍ଚିଥିଲା। ଗୁଗଲ ଟ୍ରେଣ୍ଡର ଡାଟା ଅନୁସାରେ ଅକ୍ଟୋବରରେ  ‘ଅଯୋଧ୍ୟା’ର ସର୍ବାଧିକ ସର୍ଚ୍ଚିଂ ୧୬ ତାରିଖ ଦିନ ଥିଲା। ଏହି ଦିନ କୋର୍ଟରୋ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ସେଦିନ କି ୱାର୍ଡ ଅଯୋଧ୍ୟା ୧୦୦ ପଏଣ୍ଟ ଛୁଇଁଥିଲା। ଯେଉଁ ଦିନ କି ୱାର୍ଡକୁ ୧୦୦ ପଏଣ୍ଟ ମିଳେ ସେଦିନ ସେହି କି ୱାର୍ଡକ ଲୋକପ୍ରୀୟତା ସେତେ ଅଧିକ ଥିଲା ବୋଲି ବୁଝା ଯାଏ।

ୟୁପିରେ ସବୁଠୁ ଅଧିକ ହୋଇଥିଲା ସର୍ଚ୍ଚ
ସୁପ୍ରିମକୋର୍ଟରେ  ଅଯୋଧ୍ୟା ରାମ ଜନ୍ମଭୂମି ବିବାଦର ଶୁଣାଣି ଯେତିକି ଆଗକୁ ବଢୁଥାଏ ଉତ୍ତରେ ପ୍ରଦେଶରେ ଏ ସମ୍ପର୍କିତ ସୂଚନା ଜାଣିବା ଲାଗି ଲୋକଙ୍କ ଉତ୍ସୁକତା ସେତିକି ବଢିବାରେ ଲାଗିଥିଲା। ଗୁଗୁଲ ଟ୍ରେଣ୍ଡରୁ ଏବେ ଏହା ଜଣାପଡିଛି। ଗୁଗଲରେ ସର୍ବାଧିକ ସର୍ଚ୍ଚ୍ ଉତ୍ତରପ୍ରଦେଶରେ ହୋଇଥିଲା ବୋଲି ଏବେ ଗୁଗଲଙ୍କ ସୂଚନା ପରେ ଜଣାପଡିଛି। ସର୍ଚ୍ଚ ଇଞ୍ଜିନରେ ଉତ୍ତରପ୍ରଦେଶ ପଛକୁ କର୍ଣ୍ଣାଟକ, ଗୋଆ ଓ ଦିଲ୍ଲୀରେ ଅଧିକ ଲୋକେ ଅଯୋଧ୍ୟା ସର୍ଚ୍ଚ କରିଛନ୍ତି।

କେବଳ ଗୁଗଲ ସର୍ଚ୍ଚ ନୁହେଁ ସୋସାଲ ମିଡିଆ ଟ୍ୱିଟରରେ ବି କି ୱାର୍ଡ ‘ରାମ ମନ୍ଦିରନିର୍ମାଣ’   ମଧ୍ୟ ଏହି ସମୟରେ ଖୁବ୍ ଟ୍ରେଣ୍ଡ କରିଥିଲା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୨ ଘଣ୍ଟାରେ ଏହି ଟ୍ରେଣ୍ଡରେ ଦେଢଲକ୍ଷରୁ ବି ଅଧିକ ଟ୍ୱିଟ୍ ହୋଇଥିଲା। ଏବେ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ବିବାଦ ଉପରେ ରାୟ ଆସି ସାରିଥିବାରୁ ଅଯୋଧ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସୁକତା ପ୍ରସମିତ ହୋଇଛି।

   Related Posts